ଶିଳ୍ପ ପ୍ରତିଷ୍ଠା ପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ: ନବଜ୍ୟୋତି ପଟ୍ଟନାୟକ

Straight to the Point

ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ବାଲେଶ୍ୱର ଜିଲ୍ଲାରେ ଫେଲ ମାରିଛି ଶିଳ୍ପାୟନ

ବାଲେଶ୍ୱର: ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ବଡସାହି ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିଛନ୍ତି । ଶ୍ରୀ ପଟ୍ଟନାୟକ କଂଗ୍ରେସ ସମର୍ଥକ ଓ ସାଧାରଣ ଜନତାଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଲମା, ବେତନଟୀ, ଧର୍ମଶାଳା, ବଡସାହି ଆଦି ସ୍ଥାନରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ବିଜେଡିର କୁଶାସନ ଓ ଦୁର୍ନୀତି ଯୋଗୁଁ ବାଲେଶ୍ୱରବାସୀ ଅତିଷ୍ଠ ହୋଇପଡିଲେଣି ବୋଲି ସେ କହିଥିଲେ ।

ବିଗତ ୧୯ ବର୍ଷରେ ବାଲେଶ୍ୱରରେ କେତେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଜନତାଙ୍କ ସାମ୍ନାରେ ପ୍ରଶ୍ନ ପଚାରିଥିଲେ । ନବୀନ ପଟ୍ଟନାୟକଙ୍କ ୧୯ ବର୍ଷ ଶାସନ କାଳରେ ବାଲେଶ୍ୱରରେ ବିକାଶ କାହିଁକି ହୋଇପାରିଲା ନାହିଁ ବୋଲି ସେ କହିଥିଲେ । ବାଲେଶ୍ୱରର ବିକାଶ ପାଇଁ ଶିଳ୍ପାୟନ ଜରୁରୀ, ଆଉ ଶିଳ୍ପର ପ୍ରତିଷ୍ଠା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ନିଜ ମତ ରଖିଥିଲେ । ଏବଂ ବାଲେଶ୍ୱରରୁ ବେରୋଜଗାର ସମସ୍ୟାର ମୂଳୋତ୍ପାଟନ କରିବା ତାଙ୍କର ଲକ୍ଷ ବଲି ସେ ଜନତାଙ୍କୁ କହିଥିଲେ । ସ୍ଥାନୀୟ କଂଗ୍ରେସ କର୍ମୀ ଓ ଜନତାଙ୍କ ଉତ୍ସାହ ବାଲେଶ୍ୱରରେ ନିଶ୍ଚିତ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି ।

error: Thank You Keep Visiting