କଂଗ୍ରେସ ବିଧାୟକ ପ୍ରାର୍ଥୀ ଗଣେଶ୍ୱରଙ୍କ ଭରତପୁରରେ ବାଇକରାଲି

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାନସଭା ଆସନର ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତରେ ବାଇକରାଲିରେ ବିଭିନ୍ନ ଗ୍ରାମ ବୁଲି ପ୍ରଚାର କରିଥିଲେ । ପ୍ରଥମେ ଶ୍ୟାମସୁନ୍ଦର ପୁର ପଂଚାୟତର (ପୁରୁଷୋତ୍ତମପୁର)ଗଞ୍ଜାକୁଳ ଗ୍ରାମକୁ ଯାଇ ଲୋକମାନଙ୍କୁ ଭେଟିବା ପରେ ସେଠାରୁ ଖଣ୍ଡିଆବନ୍ଧି ଗ୍ରାମର ଶ୍ରୀ କଳ୍ପତରୁ ଆଶ୍ରମକୁ ଯାଇ ପ୍ରଭୁଙ୍କ ଆର୍ଶ୍ରିବାଦ ନେବାପରେ ସେଠାରୁ ଖଣ୍ଡିଆବନ୍ଧି ଗ୍ରାମଦେଇ ପାରାଚକ ଗ୍ରାମକୁ ଯାଇଥିଲେ ।

ସେଠାରୁ ଜଗନ୍ନାଥପୁର ଗ୍ରାମଦେଇ ଦିଆନପାଟଣା ଓ ହରିଡାଦଣ୍ଡା ଗ୍ରାମରେ ପ୍ରବେଶ କରି ସେଠାରୁ କେନାଲ ବନ୍ଧ ଦେଇ ମେହେନ୍ଦିପୁର ଗ୍ରାମ ଓ ଶେଷରେ ଭରତପୁର ଗ୍ରାମରେ ପହଁଚି ଲୋକମାନଙ୍କୁ ଭେଟି ଭୋଟଭିକ୍ଷା କରିଥିଲେ । ଏହି ବାଇକରାଲିରେ ବ୍ଲକ କଂଗ୍ରେସ ସଭାପତି ଶିବ ପ୍ରସାଦ ବିଶ୍ୱାଳ,ଭରତପୁର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ,ପ୍ରଦିପ ବିଶ୍ୱାଳ,ସୁନାକର ରାଉତ,ବିରଜା ପ୬ସାଦ ମହାନ୍ତି,ଗୋପାଲ ଚରଣ ଦାସ,ଶ୍ରୀଧର ମହାନ୍ତି,ଶାରଦା ପ୍ରସନ୍ନ ରାଉତ,ରବିନ୍ଦ୍ର ମଲ୍ଲିକ(କବି),ବରଦାକାନ୍ତ ଚୈାଧୁରୀ,ଶ୍ୟାମସୁନ୍ଦରପୁରର ପୂର୍ବତନ ସରପଂଚ ଶାରଦା ପ୍ରସାଦ ରାଉତ,ସୁବୋଧ କୁମାର ଦାସ ପ୍ରମୁଖ ୨ଶହରୁ ଉଦ୍ଧ୍ୱର୍ କଂଗ୍ରେସକର୍ମୀ ସାମିଲ ହୋଇଥିଲେ । ଶ୍ରୀ ବେହେରାଙ୍କୁ ବିଭିନ୍ନ ଗ୍ରାମରେ ବିପୁଳ ସ୍ୱାଗତ କରାଯାଇଥିଲା ।

error: Thank You Keep Visiting