ଜଗତସିଂହପୁର ବିଜୁ ଜନତାଦଳର କର୍ମୀ ସମ୍ମିଳନୀ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଠାକୁର ପାଟଣା ଠାରେ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ଲୋକସଭାପ୍ରାର୍ଥୀ ଡ.ରାଜଶ୍ରୀ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ଉପାଧ୍ୟକ୍ଷା ପ୍ରସନ୍ନ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ୍ତ ମହାନ୍ତି, ବିଜେଡି ନଗର ସଭାପତି ଦୋଳଗୋବିନ୍ଦ ଦାଶ, ଜିଲ୍ଲା ବିଜେଡି ଉପସଭାପତି ଦିପ୍ତି ଦାସ, ବ୍ଲକ ବିଜେଡି ସଭାପତି ମନୋଜ ଭୋଇ, ରାଜ୍ୟ ବିଜେଡି ମହିଳା ସଂପାଦିକା କନକପ୍ରଭା ଲେଙ୍କା, ଜିଲ୍ଲାପରିଷଦ ସଭ୍ୟ ଜଗନାଥ ମୁଦୁଲି, କୀରଣ ବାଳା ସାସମଲ, କାଳନ୍ଦୀ ପତି, ପ୍ରସନ୍ନ ସ୍ୱାଇଁ, ପୂବର୍ତ୍ତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ ପ୍ରମୁଖ ଯୋଗଦେଇ ବିଜୁଜନତା ଦଳର କର୍ମକର୍ତ୍ତାମାନେ କିପରି ଏକଜୁଟ ହୋଇ ଚଳିତ ନିର୍ବାଚନରେ କିପରି ବିଜୁଜନତା ଦଳକୁ ବହୁମତ ମିଳିବ ସେ ସଂପର୍କରେ ଆଲୋକପାତ କରିଥିଲେ ।

ବିଜୁ ଜନତାଦଳ ପକ୍ଷରୁ ସମସ୍ତ କର୍ମକର୍ତ୍ତାମାନେ ନିଜନିଜଭିତରେ ଏକତା ବଜାୟ ରଖି କାର୍ଯ୍ୟକରିବାକୁ ମଧ୍ୟ ସଂଗଠନ ପକ୍ଷରୁ ଆହ୍ୱା ନଦିଆଯାଇଥିଲା ।ଏହି ଅବସରରେ ମଧ୍ୟ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିଲେ । ସେମାନଙ୍କୁ ମଧ୍ୟ ଦଳପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।ଏହି ବୈଠକରେ ବ୍ଲକ ସରରୁ ଓ ପୌରପରିଷଦ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

error: Thank You Keep Visiting