ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ପାଲଟିଛି ଭୂତ ଘର
ଆରଡ଼ି (ଓଡିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ପାଖରେ ଅଛି ।ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ । ଏଠି ରୋଗୀ ନାହାଁନ୍ତି କି ଡାକ୍ତର ବି ନାହାଁନ୍ତି।କିନ୍ତୁ ପୁରା ଅବ୍ୟବସ୍ଥା ରେ ପଡିରହିଛି ଏହି ଚିକିତ୍ସାଳୟ । କେତେବେଳେ ଯେ ତାହା ଭାଙ୍ଗି ନଷ୍ଟ ହୋଇଯିବ କହିହେଉନି।ଅଳିଆ ଆବର୍ଜନା ପାଲଟିଛି ଚିକିତ୍ସାଳୟ ଚାରିପଟେ ଏବଂ ବିଭିନ୍ନ ସରୀସୃପ ମଧ୍ୟ ଦେଖିବାକୁ ମିଳେ ।
ବିଶେଷ କରି ଆଖଣ୍ଡଳମଣି ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ମଧ୍ୟ ଏଠି ରୋଗୀମାନେ ଟିକିଏ ଚିକିତ୍ସା ପାଇବା ଲାଗି ନାନା ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡେ । ସରକାର ମାଗଣାରେ ସବୁ ଚିକିତ୍ସା ଲୋକମାନଙ୍କୁ ଯୋଗାଇ ଦିଆ ଯାଉଛି ବୋଲି ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କରୁଛନ୍ତି ।ଏଠିକାର ଚିତ୍ର କିନ୍ତୁ ଅଲଗା ରଂଗ ରଙ୍ଗୀନ କୋଠା ଘର ହେଲେ ଡାକ୍ତର ନାହାନ୍ତି। କେତେ ବେଳେ ବିଭିନ୍ନ ଦୁର୍ଘଟଣା ଜନିତ ରୋଗୀ ଆସି ପହଞ୍ଚିଲେ ।ତାକୁ ମୃତ୍ୟୁ ସହ ସଂଗ୍ରାମ କରିବା କୁ ପଡେ । ଆୟୁର୍ବେଦିକ ଚିକିତ୍ସା ପାଇବା ସତେ ଯେମିତି ଏ ଅଞ୍ଚଳ ବାସୀ ଙ୍କ ସ୍ୱପ୍ନ ପାଲଟିଛି।