ବୈଶାଖ ମାସର ପ୍ରଥମ ସୋମବାର, ଆଖଣ୍ଡଳମଣିଙ୍କୁ ଜଳ ଛାଇ କଲେ ବହୁ ଗୋପାଳ ଭକ୍ତ

Straight to the Point

ଆରଡି (ଓଡ଼ିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ଆରଡ଼ି ର ବାବା ଆଖଣ୍ଡଲମଣି  ମନ୍ଦିରରେ ଆଜି ବେଶ ଚଳଚଞ୍ଚଳ ଥିଲା ।ଆଜି ବୈଶାଖ ମାସର ପ୍ରଥମ ସୋମବାର ତେଣୁ ଏକମାସ ବ୍ୟାପି ଶୀତଳ ଉପଚାର ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଗୋପାଳ ଭକ୍ତମାନେ ଜଳ ଆଣି ସେବାୟତଙ୍କ ଦ୍ୱାରା ଜଳଲାଗି କରିବାର ବ୍ୟବସ୍ଥା ରହିଥିଲା ।ଭୋର ୪ଟା ପହଡ଼ ଖୋଲାଥିଲା ପରେ ମଙ୍ଗଳାଆଳତି ପହଲି ଭୋଗ କରାଯାଇ ତାପରେ ଧାଡି ଦର୍ଶନ ହୋଇଥିଲା ।ଏହି ବୈଶାଖ ମାସରେ ବାବାଙ୍କୁ ଦର୍ଶନ କଲେ ବହୁ ପୂର୍ଣଜନ୍ମ ମିଳେ ବୋଲି ଭକ୍ତଙ୍କ ର ବିଶ୍ୱାସ ରହିଛି। ଏହି ବୈଶାଖ ମାସ ପୁଣ୍ୟ ମାସ ବୋଲି ବହୁ ଭକ୍ତ ଆଖଣ୍ଡଳମଣି ଙ୍କୁ ଦର୍ଶନ କରିଥାନ୍ତି।

error: Thank You Keep Visiting