ସାଂସଦ ପାର୍ଥୀନୀ ଡ଼. ରାଜଶ୍ରୀ ମଲ୍ଲିକଙ୍କ କର୍ମୀ ସମ୍ମିଳନୀ
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ କଟକ – ପାରାଦ୍ୱିପ ରାସ୍ତା କଲରାପାଟସ୍ଥିତ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକଙ୍କ ବାସଭବନରେ ବିଜେଡ଼ିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ବିଧାୟିକା ଡ଼. ମଲ୍ଲିକ ଜଗତସିଂହପୁର ଲୋକସଭା ସାଂସଦ ପାର୍ଥୀ ଭାବେ ଟିକେଟ ପାଇବା ପରେ ତିର୍ତ୍ତୋଲ ସ୍ଥିତ ବାସଭବନରେ ୩ ଟି ବ୍ଲକର କର୍ମୀମାନଙ୍କ ନେଇ ଏକ କର୍ମୀ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି ।
ଏହି ସମ୍ମିଳନୀରେ ଡ଼. ମଲ୍ଲିକଙ୍କ ସହିତ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର କୁମାର ରାୟ, ଲିପାଲି ରାଉଳ, ରଘୁନାଥପୁର ବ୍ଲକର ଅଧ୍ୟକ୍ଷା ସ୍ୱାପ୍ନାସରିତା ବଳ, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲ୍ଲା ଯୋଜନାବୋର୍ଡ଼ ଉପାଧ୍ୟକ୍ଷା ଡ଼େଜାଲିନ ମହାପାତ୍ର, ବିରିଡ଼ି ବ୍ଲକ ସଭାପତି ରବିନ୍ଦ୍ର କୁମାର ରାଉଳ, ବିରିଡ଼ି ବ୍ଲକ ବିଜୁ ମହିଳା ସଭାନେତ୍ରୀ ମହେଶ୍ୱତା ଜେନା, ବିରିଡ଼ି ଆତ୍ମା ଅଧ୍ୟକ୍ଷା ସବିତା ଦାସ, ବିଜୁ ଯୁବ ସଭାପତି ତିର୍ତ୍ତୋଲର ପୁଷ୍ପ ପ୍ରକାଶ ପ୍ରଧାନ, ରଘୁନାଥପୁର ବିଜୁ ଯୁବ ଜନତା ଦଳ ସଭାପତି ସ୍ୱଦେଶ ଦାସ, ରଘୁନାଥପୁର ବିଜୁ ଛାତ୍ର ସଭାପତି ଯୋସେଫ ସ୍ୱାଇଁ, ରଘୁନାଥପୁର ମହିଳା ସଭାପତି ଶନ୍ତି ଲତା ଦ୍ୱିବେଦୀ, ମମତା ଦାସ, ତିର୍ତ୍ତୋଲ ଆତ୍ମାର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିରିଡ଼ି ବ୍ଲକର ବରିଷ୍ଠ ବିଜେଡ଼ି ସଂଗଠକ କାଳନ୍ଦି ବସ୍ତିଆ, ବିଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ ।
୨୦୧୯ ସାଧାରଣ ନିର୍ବାଚନ ବୈତରଣୀ କିଭଳି ପାର ହେବେ ସହି ବିଷୟରେ ସାଂସଦ ପାର୍ଥୀ ଡ଼. ମଲ୍ଲିକ ସମସ୍ତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ନିଜ ଭିତରେ ଥିବା ସମସ୍ତ ମନମନାନ୍ତର ଭୁଲି ବିଜେଡ଼ି ଦଳର ବିଧାୟକ ପାର୍ଥୀ ଓ ସାଂସଦ ପାର୍ଥୀଙ୍କୁ କିଭଳି ବଜୟଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ ।ଦଳର ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆମ୍ଭମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ତିର୍ତ୍ତୋଲର ସମସ୍ତ ଅଞ୍ଚଳରେ ନିର୍ବାଚନି ପ୍ରଚାର ଓ ପୋଷ୍ଟର ବ୍ୟାନର ଲଗାଯିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଯ୍ୟକରିବାକୁ ପରାମର୍ଶ ଦେବା ସହିତ ଉପସ୍ଥିତ କର୍ମୀମାନଙ୍କଠାରୁ ସହଯୋଗ ଲୋଡ଼ିଥିଲେ ।
ବିଧାୟକ ପାର୍ଥୀ ବିଷ୍ଣୁ ଦାସ ଡ଼. ମଲ୍ଲିକଙ୍କ ସହିତ କଥା ହେବା କହିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କଥା ନହେବାରୁ ନିର୍ବାଚନି ସମୟ ଅତି ନିକଟତର ହେବାରୁ ଆଜି କର୍ମୀ ସମ୍ମିଳନୀ ଡ଼ାକିଥିବା ଡ଼. ମଲ୍ଲିକ କହିଥିଲେ । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ଯୁବସଗଠକ ତପନ କୁମାର ମହାନ୍ତି, ବୈରାଗି ବାରିକ୍, ଅରବିନ୍ଦ ହୋତା, ଗଙ୍ଗାଧର ବିଶ୍ୱାଳ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ଅମରଜ୍ୟୋତି ସାହୁ, ରଞ୍ଜିତ କୁମାର ଜେନା, ମହମ୍ମଦ ମାଜୁଦ ଅଲ୍ଲି, ମହମ୍ମଦ ଆଜାଦ ଅହେମଦ, ନରେନ୍ଦ୍ର କୁମାର ସାହୁ, କୌଳାଶ ଚନ୍ଦ୍ର ସାହୁଙ୍କ ସମେତ ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକର ଶହସ୍ରାଧିକ କର୍ମୀ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ ।