ବିଜୁ ଛାତ୍ର ନେତାଙ୍କୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱ

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଛାତ୍ର ନେତା ତଥା କଟକ ଜୋନ ଛାତ୍ର ବିଜେଡ଼ି ଉପସଭାପତି ପ୍ରଭୂତି ଭୂଷଣ ମହାପାତ୍ରଙ୍କୁ ଦଳର ସୁପ୍ରିମୋ ନବିନ୍ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ସଦର ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି । ସେ ପୂର୍ବରୁ କୋରାପୁଟ୍ ର ସିମିଳିଗୁଡ଼ା ବ୍ଲକର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ । ସେଠାରେ ଶ୍ରୀଯୁକ୍ତ ମହାପାତ୍ରଙ୍କ କାର୍ଯ୍ୟରେ ଦକ୍ଷତାକୁ ଦେଖି ଦଳ ସୁପ୍ରିମୋ କନ୍ଦେୁଝର ସଦର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏହି ଦାୟିତ୍ୱ ମିଳିବାପରେ ଶ୍ରୀଯୁକ୍ତ ମହାପାତ୍ର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରିବେବୋଲି କହିଥିଲେ ।

error: Thank You Keep Visiting