ତନ୍ମୟ ସ୍ୱାଇଁଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ

Straight to the Point

ଜଗତସିଂହପୁର: ପାରାଦୀପ ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଏବେ ବିଜେଡି ଫୋକସ୍ରେ ରହିଛି । କିଭଳି ରଣନୀତି କଲେ ଏଠାରେ ବିଜେଡି ପୁନର୍ବାର ବିଜୟ ହେବ ତାକୁ ନେଇ ଦଳ ବିଶେଷ ରଣନୀତି ପ୍ରସ୍ତୁତ କରିଛି । ଯାହାକୁ ନେଇ ବିଜେଡି ଦଳର ସାଙ୍ଗଠନିକ ସ୍ତରରେ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମକର୍ତ୍ତା ନିଯୁକ୍ତି କରିଛନ୍ତି । ଏହି କ୍ଷେତ୍ରରେ ଯୁବ ନେତା ତନ୍ମୟ ସ୍ୱାଇଁଙ୍କୁ ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ତନ୍ମୟ ପୂର୍ବରୁ ବିଜେଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଉକ୍ରଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବାରେ ସଫଳ ହୋଇଛନ୍ତି । ନିଜର ଅମାୟିକ ବ୍ୟବହାର, ସରଳ ଚଳଣି ଏବଂ ସମସ୍ତଙ୍କୁ ନେଇ ସଙ୍ଗଠନକୁ ସୁଦୃଢ଼ କରିବାର ସଙ୍କଳ୍ପବଦ୍ଧତା ହିଁ ତନ୍ମୟଙ୍କୁ ଲୋକପ୍ରିୟ କରିଛି । ତାଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନୂତନ ଦାୟିତ୍ୱ ମିଳିବା ପରେ ଦଳ ପାଇଁ ରହିଥିବା ଆହ୍ୱାନକୁ ସଫଳ ମୁକାବିଲା କରି ଦଳର ସୁପ୍ରିମୋଙ୍କୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ତନ୍ମୟ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ।

error: Thank You Keep Visiting