ବିଜୁ ଜନତାଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ତର୍ତ୍ତଙ୍ଗ, ମଣ୍ଡାସାହି, କଂଟିଲୋ, ପାଟେଣିଗାଁ, ସଭାମୂଳ, ମଧ୍ୟଶାସନ, ରମ୍ଭାଦେଇପୁର, ପଟସରା, ଯାହାନପୁର ଠାରେ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ମନୋଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି,ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା,ଜିଲ୍ଲା ବିଜେଡି ଉପସଭାପତି ଦିପ୍ତି ଦାସ,ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବିଜୁଜନତା ଦଳର କର୍ମକର୍ତ୍ତାମାନେ କିପରି ଏକଜୁଟ ହୋଇ ଚଳିତ ନିର୍ବାଚନରେ କିପରି ବିଜୁଜନତା ଦଳକୁ ବହୁମତ ମିଳିବ ସେ ସଂପର୍କରେ ଆଲୋକପାତ କରିଥିଲେ ।

ବିଜୁ ଜନତାଦଳ ପକ୍ଷରୁ ସମସ୍ତ କର୍ମକର୍ତ୍ତାମାନେ ନିଜନିଜଭିତରେ ଏକତା ବଜାୟ ରଖି କାର୍ଯ୍ୟକରିବାକୁ ମଧ୍ୟ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ମଧ୍ୟ ଅନ୍ୟ ଦଳର କର୍ମୀମାନେ ଆସି ବିଜେଡିରେ ମିଶିଥିଲେ । ସେମାନଙ୍କୁ ମଧ୍ୟ ଦଳପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି କର୍ମୀସମ୍ମିଳନୀରେ ସରପଞ୍ଚ, ସମିତିସଭ୍ୟ, ଶତାଧିକ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

error: Thank You Keep Visiting