ପାରାଦ୍ୱୀପ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରନ୍ତି ପୌରପରିଷଦର ଭୋଟର

Straight to the Point

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ କୁଜଙ୍ଗ ଓ ତିର୍ତ୍ତୋଲ ଦୁଇଟି ବ୍ଳକ, ୭ଟି ଗ୍ରାମ ପଞ୍ଚାୟତ ଓ ପାରାଦ୍ୱୀପ ପୌରପରିଷଦକୁ ନେଇ ଗଠିତ । ଏଠାରେ ଭୋଟରଙ୍କ ସଂଖ୍ୟା ହେଉଛି ୨ଲକ୍ଷ ୩୧ଜହାର ୪୨୯ । ତେବେ ପ୍ରତି ନିର୍ବାଚନରେର ଫଳାଫଳରେ ଏହି ଦୁଇଟି ବ୍ଳକ ଓ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଚଳିତ ନିର୍ବାଚନରେ ଏସବୁ କ୍ଷେତ୍ରରେ କଂଗ୍ରେସ, ବିଜପି ଓ ବିଜେଡି ମଧ୍ୟରେ କ ସଙ୍ଗଠିତ ଭୋଟ ରହିଛି ଏବଂ ତିନି ଦଳ ମଧ୍ୟରେ କଡା ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି ।

ତେଣୁ ନିଜର ଜିତାପଟ ପାଇଁ ପ୍ରାର୍ଥୀମାନେ ପାରାଦ୍ୱୀପ ପୌରପରିଷଦ ଭୋଟଙ୍କ ଉପରେ ନଜର ପକାଇଛନ୍ତି । ସେମାନଙ୍କ ହିସାବରେ ପାରାଦ୍ୱୀପ ଭୋଟ ପ୍ରାର୍ଥୀଙ୍କ ଜିତିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏଠାରେ ସୂଚନା ଥାଉକି ଏହି ପୌର ପାଳିକାରେ ୩୬ହଜାର ୮୬୪ଜଣ ଭୋଟର ରହିଛନ୍ତି । ସଂପ୍ରତିକ ପରିସ୍ଥିତିରେ କଂଗ୍ରେସ ନେତା ଓ କର୍ମୀ ମାନେ ପାରାଦ୍ୱୀପ ର ବିଭିନ୍ନ ସାହି ବସ୍ତିରେ ବୁଲି କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସାର୍ଖେଲଙ୍କ ପାଇଁ ପ୍ରଚାର କରୁଛନ୍ତି । ଏବଂ ଏହାର ନେତୃତ୍ୱ ନେଉଛନ୍ତି ସାର୍ଖେଲଙ୍କ ପତ୍ନୀ ଦୀପା ସାର୍ଖେଲ ।

ଏହି ପ୍ରଚାର ସମୟରେ ବିଜେଡିର କୁହାଯାଉଥିବା ଏସବୁ ସ୍ଥାନରେ ଦୀପାଙ୍କୁ ପ୍ରବଳ ଜନ ସମର୍ଥନ ଦେଖିବାକୁ ମିଳୁଛି । ସେହିପରି ଡେରିରେ ହେଲେ ମଧ୍ୟ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ସମସ୍ତ ଦଳୀୟ ନେତୃବୃନ୍ଦଙ୍କୁ ଏକାଠି କରି ଦଳୀୟ ପ୍ରଚାର ଓ ପ୍ରସାର ଚଳାଉଛନ୍ତି । ତେବେ ଏଠାରେ ବିଜେପି ସେପରି ପ୍ରଚାର ପ୍ରଶାରରେ ଭୋଟରଙ୍କୁ ପ୍ରଭାବିତ କଲାପରି ଦେଖାଯାଉନାହିଁ । ଯଦିଓ ଏବେ ବିଜେପିର ହାୱା ସବୁଆଡେ ପ୍ରବାହିତ ହେଉଛି ।

error: Thank You Keep Visiting