ଜଗତସିଂହପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତଙ୍କ ପାଇଁ ପ୍ରଚାର ମଇଦାନରେ ପତ୍ନୀ
ଜଗତସିଂହପୁର: ଜଗତସିଂହପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଜଗତସିଂହପୁର ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ପତ୍ନୀ ବୈଜୟନୀ ମୁଦୁଲି ଭାଉଜ ପ୍ରତିମା ମୁଦୁଲି ସାନ ଭାଉଜ ବିଜୟଲକ୍ଷ୍ମୀ ମୁଦୁଲି ଆଜି ଜଗତସିଂହପୁର ବିଜେଡି ସମର୍ଥକ ସହିତ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତଙ୍କୁ ଭୋଟ ଦେବା ପାଇଁ ପାଣିସାଳିଆ ଠାରେ ଘରକୁ ଘର ବୁଲି ପ୍ରଚାର କରିଥିଲେ । ତାଙ୍କ ସହିତ ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ସରୋଜ ବିଶ୍ୱାଳ, ବିଜୟ କୁମାର ରାଉତ, ବିଜୟ ବିଶ୍ୱାଳ, ପ୍ରଣତି ବିଶ୍ୱାଳ, ନିର୍ମଳ ସାହୁ, ଈଶ୍ୱର ସାହୁ, ନାରାୟଣ ବିଶ୍ୱାଳ, ବିଷ୍ଣୁ ଦଳାଇ, ଅମିୟ ଦାସ, ମାନସ ମାନ୍ନା, ପବିନ ଦଳାଇ, ସୁଜିତ୍ ବିଶ୍ୱାଳ, ମାଧ ବିଶ୍ୱାଳ, ବିରବର ବିଶ୍ୱାଳ, ଦିପ୍ତି ବିଶ୍ୱାଳ, ବିଜୁଲତା ସାହୁ, ରଶ୍ମିରଂଜନ ସାହୁ ପ୍ରମୁଖ ଶତାଧିକ ଘରକୁ ଘର ଯାଇ ବିଜେଡି ପ୍ରାର୍ôଥଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ ।