ପାରାଦ୍ୱୀପ ବିଧାନସଭା ନିର୍ବଚାନ ରଣାଗଣରେ ୫ଦଳୀୟ ଓ ୪ସ୍ୱାଧୀନ ପ୍ରାର୍ଥୀ
ପାରାଦ୍ୱୀପ: ଚଳିତ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ୪ର୍ଥପର୍ଯ୍ୟାୟ ଆସନ୍ତା ଏପ୍ରିଲ ମାସ ୨୯ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ସୃଷ୍ଟି ହୋଇଥିବା ବେଳେ ଏହା ୩୬ଟି ପଞ୍ଚାୟତ କୁଜଙ୍ଗ ଓ ତିର୍ତ୍ତୋଲର ଦୁଇଟି ବ୍ଳକ ତଥା ପାରାଦ୍ୱୀପ ପୌରପରିଷଦ ଅନ୍ତରଭୁକ୍ତ ଏହାର ଭୋଟର ସଂଖ୍ୟା ପ୍ରାୟ ୨ଲକ୍ଷ ୩୨ହଜାର । ତେବେ ଚଳିତ ନିର୍ବାଚନରେ ବିଜେପିରୁ ସମ୍ପଦ ସ୍ୱାଇଁ, ବିଜେଡିରୁ ସମ୍ବିତ ରାଉତରାୟ, କଂଗ୍ରେସରୁ ଅରିନ୍ଦମ ସାର୍ଖେଲ, ବିଏସ୍ପିରୁ ଅଞ୍ଜନ ମଲ୍ଲିକ୍, ଆମ୍ବେଦକର ଜାତୀୟ କଂଗ୍ରେସରୁ ଦିପ୍ତିରଞ୍ଜନ ନାୟକ ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ, ଶ୍ରୀବଲ୍ଲଭ କର(ଜାହାଜ ଚିହ୍ନ), ଅନୁପ କୁମାର ପଟ୍ଟନାୟକ, ବଳରାମ ମହାରଣା ଓ ବିରେନ୍ଦ୍ର କୁମାର ସାହୁ ସ୍ୱାଧିନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ।
ଯଦିଓ ଏଥର ନିର୍ବାଚନରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀ ମାନଙ୍କ ମଧ୍ୟରେ କଡା ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ହେଉଛି କିନ୍ତୁ ସ୍ୱାଧିନ ପ୍ରାର୍ଥୀଙ୍କ ଭୋଟ ଏହି ଦଳୀୟ ଭୋଟ ଉପରେ କିଛି ମାତ୍ରାରେ ଭୋଟ ଉପରେ ନକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ଯାଇଛି ଏବଂ ଏହି ସବୁ ସ୍ୱାଧିୀନ ପ୍ରାର୍ଥୀଙ୍କ ମଧ୍ୟରେ ଶ୍ରବଲ୍ଲଭ କରଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିବ । ଜାହାଜ ଚିହ୍ନରେ ଲଢୁଥିବା ଶ୍ରୀକର ପାରାଦ୍ୱୀପ ଗଡ ଓ ଆଖପାଖ ଅଞ୍ଚଳରେ ବେସ୍ ପରିଚିତ । ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ବେସ୍ ଯୋଗ୍ୟତା ରଖିଥିବାର ଶ୍ରୀ କର ବହୁ ବୁଦ୍ଧିଜୀବିଙ୍କ ସମେତ ବିଜେପି, ବିଜେଡି ଓ କଂଗ୍ରେସରୁ ବହୁ ଭୋଟ ବିଭାଜିତ କରିବାର ସମ୍ଭାବନା ସୃଷ୍ଟି କରିଛି । କିନ୍ତୁ ତାଙ୍କର ନିରାଡମ୍ବର ବ୍ୟକ୍ତିଗତ ଭାବେ ଘର ଘର ବଜାର ଗଳି ବିଭିନ୍ନ ସ୍ଥାନରେ ବୁଲିବା ସହିତ ପଥପ୍ରାନ୍ତ ସଭା ସ୍ଥାନେ ସ୍ଥାନେ କରାଇ ଉଦବୋଧନ ଦେବା ସହିତ ନିର୍ବାଚନୀ ପରିପ୍ର୍ରେକ୍ଷୀରେ ପ୍ରଚାର ପତ୍ର ବାଣ୍ଟି ବ୍ୟହ ବହୁଳ ଖର୍ଚ୍ଚରୁ ଦୂରେଇ ରହି ଶ୍ୱଳ୍ପ ଖର୍ଚ୍ଚରେ ଅବତୀର୍ଣ୍ଣ ହୋଇ ଭୋଟରଙ୍କୁ ବେଶ୍ ପ୍ରଭାବିତ କରୁଥିବାର ଦେଖିବାକୁ ମିଳୁଛି ।