ବିଜେପି ବିଧାୟକ ପ୍ରାର୍ଥୀ ଅମର ଓ ସାଂସଦ ପ୍ରାର୍ଥୀ ଅମୀୟଙ୍କ ରୋଡ଼ ସୋ
ବାଲିଚନ୍ଦ୍ରପୁର:- ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ବଡ଼ଚଣା ରାଜନୀତି ଉଷ୍ମ ହୋଇ ଉଠୁଛି । ରୋଡ଼ ସୋ ମାଧ୍ୟମରେ ପ୍ରାର୍ଥୀ ପ୍ରଚାର କାର୍ଯ୍ୟକୁ ଜୋରଦାର କରୁଛନ୍ତି । ଏହି ପରିପ୍ରେକ୍ଷିରେ ଶୁକ୍ରବାର ପୂର୍ବାହ୍ନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୧୯ ଓ ୨୦ ନଂ ଜୋନ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଓ ବିଜେପି ସାଂସଦ ପ୍ରାର୍ଥୀ ଅମୀୟ ମଲ୍ଲିକ ନିର୍ବାଚନ ପ୍ରଚାର କରିଛନ୍ତି । ବଡ଼ବାଲିକୁଦା ପଞ୍ଚାୟତର ଜନକ ଠାରୁ ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ ଓ ସାଂସଦ ପ୍ରାର୍ଥୀ ଶ୍ରୀ ମଲ୍ଲିକ ଶତାଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ଗହଣରେ ଏକ ମଟରସାଇକେଲ ଶୋଭାଯାତ୍ରାରେ ବାହାରି ବଡ଼ବାଲିକୁଦା, ବରପଦା, ନିଆଳି, ସାଉଡ଼ିଆ, ବାଲିକୁଦା, ରଇପୁର ଓ ମୂଷାଟିକିରି ଦେଇ କୋଲଣଗିରି ଠାରେ ପହଞ୍ଚିଥିଲେ ।
ଏହି ମଟରସାଇକେଲ ଶୋଭାଯାତ୍ରା ସମୟରେ ଆୟୋଜିତ ପଥପ୍ରାନ୍ତ ସଭାରେ କେନ୍ଦ୍ରର ବିଜେପି ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟ ସମ୍ପର୍କରେ ଭୋଟରଙ୍କୁ ଅବଗତ କରି ଉଭୟ ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ ଓ ସାଂସଦ ଶ୍ରୀ ମଲ୍ଲିକ ଚଳିତ ନିର୍ବାଚନରେ ବିଜେପିକୁ ସମର୍ଥନ ଜଣାଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ଏହି ଶୋଭାଯାତ୍ରାରେ ବିଜେପି ନେତା ସର୍ବଶ୍ରୀ ରମାକାନ୍ତ ରାଉତ, ବିଚିତ୍ରାନନ୍ଦ ମହାପାତ୍ର, ପ୍ରମୋଦ କୁମାର ଜେନା, ଜ୍ଞାନରଞ୍ଜନ ସାହୁ, ଧିରେନ୍ଦ୍ର କୁମାର ରାଉତ, ସୁମନ୍ତ ସାମଲ, ଦେବବ୍ରତ ସାମଲ, ନିରଞ୍ଜନ ମଲ୍ଲିକ, ସୁବ୍ରତ ନାୟକ, ତାପସ ମହାନ୍ତି, ଇଶ୍ୱର ଚନ୍ଦ୍ର ସାମଲ ଓ ଶତୃଘ୍ନ ସିଂହ ପ୍ରମୁଖ ଆଜିର ଏହି ରୋଡ଼ ସୋ ର ନେତୃତ୍ୱ ନେଇଥିଲେ ।
ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସର୍ବଶ୍ରୀ ମନୋରଞ୍ଜନ ଜେନା, ଶଶଧର ଜେନ, ଅରବିନ୍ଦ ଜେନା, ଆନନ୍ଦ ଜେନା, ରମାକାନ୍ତ ସାମଲ, ନାରାୟଣ ବିଶ୍ୱାଳ, ଦିପକ ଜେନା, ସ୍ମୃତିରଞ୍ଜନ ଜେନା, ନିଗମାନନ୍ଦ ଜେନା, ବିକାଶ ଦଳେଇ, ପ୍ରମୋଦ ଜେନା, ମନୋଜ ଜେନା, ବିଜୟ ଜେନା, ରଞ୍ଜନ ଦଳେଇ, ଅନିନ୍ଦ ସାହୁ, ଅନିରୁଦ୍ଧ ବେହେରା, ବନ୍ଧୁ ସାହୁ, ବିଚିତ୍ରାନନ୍ଦ ଦେଓ, ସୁମନ୍ତ ଜେନା, ଚିରଞ୍ଜିବି ଜେନା, ଅକ୍ଷୟ ସାହୁ, ସନ୍ତୋଷ ବିଶ୍ୱାଳ, ଅଜିତ ଜେନା, କୁନି ଦାସଙ୍କ ପ୍ରମୁଖଙ୍କ ସହ ୬୦ ରୁ ଉଦ୍ଧ୍ୱର୍ କର୍ମୀ ବିଭିନ୍ନ ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ ।
ସେହିପରି ଆଜି ଅପରାହ୍ନରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଅଣକା ଓ କୁନ୍ଦଳ ଆଦି ଦୁଇ ଗୋଟି ପଞ୍ଚାୟତର ବିଭିନ୍ନ ଗାଁ କୁ ଗାଁ ମଟରସାଇକେଲ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରିଥିଲେ ।