ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ

Straight to the Point

ପୁରୀ: ଆଉ ୪ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ବଢି ଚାଲିଛି ରାଜନୈତିକ ଉଷ୍ମତା । ଶୁକ୍ରବାର ପୁରୀରେ ଦେଖବବାକୁ ମିଳିଛି । ଦମଦାର ପ୍ରଚାର ରୋଡ ସୋ ରେ ମୁଖ୍ର ମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ବିଜେଡି କୁ ଭୋଟଦେବା ପାଇଁ ଅନୁରୋଧ କରିଚନ୍ତି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ସିଂହଦ୍ୱାର ସମ୍ମୁକରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ପରେ ଟାଉନ୍ ଥାନା ସମ୍ମୁଖରୁ ଆରମ୍ଭ ହୋଇଥିଲା ନବୀନଙ୍କ ରୋଡ ସୋ ଏକ ସ୍ୱତନ୍ତ୍ର ବସରେ ବସି ନବୀନ ଏହି ରୋଡ୍ ସୋ ରେ ଭାଗନେଇଥିବା ବେଳେ ବିଜେଡି କୁ ଭୋଟଦେବା ପାଇଁ ଅନୁରୋଧ କରିଥିଲେ । ବସ୍ ଉପରେ ନବୀନ ନିକିର ଚିରାଚରିତ ଢଙ୍ଗରେ ଲୋକଙ୍କୁ ପଚାରିଥିଲେ ଆପଣମାନେ ଖୁସିତ ? ମୁଁ ବି ଖୁସି ହଜାର ହଜାର ଦଳୀୟ କର୍ମୀ ଏହି ରୋଡ ସୋରେ ଭାଗନେଇଥିଲେ ।

ସାଂସଦ ପ୍ରାର୍ଥୀ ମହେଶ୍ୱର ମହାନ୍ତି ଏକ ଖୋଲା ଜିପ୍ରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ଛୋଟ ବସ ଉପରେ ଦେଖିବାକୁ ମିଳିଥିଲା ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀମାନଙ୍କୁ ବଡ ଦାଣ୍ଡରୁ ଏହି ରୋଡ ସୋ ଶରଧା ବାଲିକୁ ଯିବାପରେ ସେଠାରୁ ଭୂବନେଶ୍ୱର ଯାଇଥିଲେ ନବୀନ ।

error: Thank You Keep Visiting