୭ରେ ଚନ୍ଦନଯାତ୍ରା : ନରେନ୍ଦ୍ରରୁ କଢାଗଲା ୫ଡଙ୍ଗା

Straight to the Point

ପୁରୀ: ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ତେଣୁ ଠାକୁରଙ୍କ ନିନ୍ଦା ଓ ଭଦ୍ରା ଚାପ ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ପରମ୍ପରା ମୁତାବକ ,ଚୈତ୍ର ପୁର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ବୁଡାଯାଇଥିବା ୫ଡଙ୍ଗା (୨ଟି ଲେଖାଁଏ ଡଙ୍ଗାକୁ ଯୋଡି ନନ୍ଦା ଓ ଭଦ୍ରା ଚାପ ଏବଂ ଅନ୍ୟଟି ବୈଜୟନ୍ତୀ)କୁ ଶ୍ରୀମନ୍ଦିର ର ଭୋଇ ସେବକ ମାନେ ଶୁକ୍ରବାର ଉପରକୁ କାଢିଚନ୍ତି । ୩୦ ଜଣ ଭୋଇ ସେବକ ୫ଘଟାଂରୁ ଉର୍ଦ୍ଧ ପରିଶ୍ରମ କରି ଡଙ୍ଗା ଗୁଡିକୁ ପାଣି ଭିତରୁ ବାହାର କରିଛନ୍ତି ।

ଏ ସମ୍ପର୍କରେ ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି ,ଚନ୍ଦନ ଯାତ୍ରା ଶେଷ ହେବା ପରେ ଚାପ ୨ଟିକୁ ଖୋଲାଯାଏ ।ଚନ୍ଦନ ଯାତ୍ରାରେ ସାମିଲ ୫ ଟି ଡଙ୍ଗାକୁ ନରେନ୍ଦ୍ରରେ ବୁଡାଇ ରଖାଯାଏ । ପରମ୍ପରା ଅନୁଯାୟୀ ,ପ୍ରତିବର୍ଷ ଚୈତ୍ର ପୂର୍ଣର୍ମା ଦିନ ଡଙ୍ଗା ଗୁଡିକୁ ବାହାର କରିଥାଉ । ସେଗୁଡିକୁ ଆଣି ନରେନ୍ଦ୍ର କହରେ ରଖାଯାଏ । ଶୁଖିବା ପରେ ସେଥିରେ ଆବଶ୍ୟକ ମରାମତି ସହ ରଙ୍ଗ ଦିଆଯାଏ ।

ଶ୍ରୀମନ୍ଦିର ତତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି , ଚନ୍ଦନ ଯାତ୍ରାର ୪ ଦିନ ପୂର୍ବରୁ ଚାପ ନନ୍ଦା ଓ ଭଦ୍ରା ଆଗରେ ବୈଜୟନ୍ତୀ ଡଙ୍ଗା ରହିଥାଏ । ନନ୍ଦା ଚାପରେ ମଦନମୋହନ ,ଶ୍ରୀଦେବୀ ଓ ଭୂଦେବୀ ଅବସ୍ଥାନ କରନ୍ତି ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଏବଂ ପଚଂମହାଦେବ ବିଜେ କରି ଚାପ ଖେଳିଥାନ୍ତି ।ବୈଜୟନ୍ତୀରେ ତେଲିଙ୍ଗି ବାଜା ବଜାଯାଏ ।

error: Thank You Keep Visiting