ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ଚଢି ଯୁବକ ଅଟକ

An Independent Media

ପୁରୀ: ଶ୍ରୀମନ୍ଦିରରେ ସବୁସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ନୀଳଚକ୍ର ଉପରେ ଜଣେ ଯୁବକ ଶନିବାର ଚଢିଯାଇଥିଲା । ଓଳ୍ଲାଇବା ପରେ ଉକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ଥାନା ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି । ଯୁବକ ଜଣକ ଭଦ୍ରକ ର ହଟିଆ ମହନ୍ତ ବୋଲି ପରିଚୟ ମିଳିଛି । ଶନିବାର ସକାଳ ନୀଳଚକ୍ର ଉପରେ ଯୁବକ ଚଢିଯାଇଥିବା ଦେଖି ତାଗିତ୍ ପରେ ସେବାୟତ ମାନେ ତାକୁ ଧରି ପୋଲିସ୍ର ଜିମା ଦେଇଥିଲେ । କିଭଳି ସେ ଶ୍ରୀମନ୍ଦିର ନୀଳଚଚକ୍ର ଉପରେ କୁ ଚଡିଲା ସେ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ନିକଟରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ରାମ ମନ୍ଦିର ଓ ସୁଆର ନିଯୋଗ କାର୍ଯ୍ୟାଳୟରୁ ଚୋରୀ ହୋଇଥିଲା । ଶ୍ରୀମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଥବବା ସତ୍ୱେ ଯୁବକ ଜଣଙ୍କ ନୀଳଚକ୍ର ଉପରେ ଚଢିବା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

error: Thank You Keep Visiting