ଯଅଁକୋଟୀ ପଞ୍ଚାୟତରେ ବିଜେଡି କର୍ମୀ ସମ୍ମିଳନୀ ଓ ଭୋଟ ପ୍ରଚାର

Straight to the Point

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅଧିନସ୍ଥ ଯଅଁକୋଟୀ ଗ୍ରାମପଞ୍ଚାୟତରେ ବିଜେଡି କର୍ମୀ ସମ୍ମିଳନୀ ତଥା ଭୋଟ ପ୍ର·ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜଗତସିଂହପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତକୁମାର ମୁଦୁଲି,ଯଅଁକୋଟୀ ପଞ୍ଚାୟତର ସରପଞ୍ଚ ମାନସ ରଂଜନ ସେଠୀ,ଜିଲ୍ଲାପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲି,କାଳନ୍ଦୀ ପତି,ବାବୁଲି ସାହୁ,ବିଜେଡି ରାଜ୍ୟସାଧାରଣ ସଂପାଦିକା କନକପ୍ରଭା ଲେଙ୍କା,ଜିଲ୍ଲା ବିଜେଡି ଉପସଭାପତି ଦିପ୍ତି ଦାସ,ବ୍ଲକ ବିଜେଡି ସଭାପତି ମନୋଜ ଭୋଇ ପ୍ରମୁଖ ଯୋଗଦେଇ କହିଥିଲେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଗୌରବକୁ ଫେରାଇଆଣିବାକୁ ହେଲେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିକୁ ବହୁମାତ୍ରାରେ ଭୋଟଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ତେଣୁ ବିଜୁଜନତାଦଳ ପକ୍ଷରୁ ସମସ୍ତେ ଏକତ୍ରୀତ ହୋଇ ପଞ୍ଚାୟତରେ ହୋଇଥିବା ନବୀନ ସରକାରଙ୍କର ଜନକଲ୍ୟାଣ କାରୀ ବାର୍ତ୍ତାଦେଇ ଜନସାଧାରଣଙ୍କୁ ବିଜେଡି ସପକ୍ଷରେ ଭୋଟଦେବାକୁ ଅନୁରୋଧ କରିବାକୁ ଆହ୍ରାନଦେଇଥିଲେ । ଏପରିକି ଯଅଁକୋଟୀ ଗ୍ରାମପଞ୍ଚାୟତରୁ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକରୁଅଧିକ ଭୋଟହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ।ଏହି ସମ୍ମିଳନୀରେ ବହୁ ଜନସାଧାରଣପେଯାଗଦେଇଥିଲେ ।