ଚାନ୍ଦବାଲିରେ ହେବ ତ୍ରିମୁଖୀ ଲଢେ଼ଇ ବିଜେଡିରେ ବ୍ୟୋମକେଶ,ବିଜେପିରେ ମନମୋହନ ଓ କଂଗ୍ରେସରେ ଦିଗମ୍ବର

Straight to the Point

ଆରଡ଼ି (ଓଡିଶା ଜର୍ଣ୍ଣାଲ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଆସନ୍ତା ୨୯ ତାରିଖ ରେ ହେବ ଭୋଟ ଗ୍ରହଣ । ସେଥିପାଇଁ ଏବେଠାରୁ ନେତା ଡେରା ପକେଇଲେଣି ପ୍ରତି ଗାଁ କୁ ।ଶାସକ ଦଳର ୨ଥର ଟିକେଟ ହାତେଇ ଥିବା ବିଜେଡି ପ୍ରାଥୀ ଶ୍ରୀ ବ୍ୟୋମକେଶ ରାୟ ,ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ପଞ୍ଚାୟତ ବୁଲି ଭୋଟର ମାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ବିଷୟରେ ଲୋକଙ୍କୁ ଜଣାଇ ଥିଲେ ।

ଏବଂ କହିଥିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଯେଉଁ ଉନ୍ନତି ମୂଳକ କାର୍ଯ୍ୟ ସବୁ ହୋଇଛି ତାହା ବିଜେଡି ସରକାର ହିଁ କରିଛି।ସେହିପରି ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ବିଜେପି ର ବିଧାୟକ ପ୍ରାଥୀ ହୋଇଛନ୍ତି ।

କେନ୍ଦ୍ର ସରକାର ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଜଣାଉଛନ୍ତି ରାଜ୍ୟ ସରକାର ଙ୍କ ଉପରକୁ ଟାର୍ଗେଟ କରିଥିଲେ ।ଦୁଇ ଦଳ ମଝିରେ ଜାତୀୟ କଂଗ୍ରେସର ପ୍ରାଥୀ ଦିଗମ୍ବର ଦାସ ବି ବେଶ କମ ନୁହଁନ୍ତି ।

ରାଜନୀତି କ୍ଷେତ୍ରରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ମିଥ୍ୟା ପ୍ରତିଶ୍ରୁତି ଭାସି ନଯାଇ ହାତ ଚିହ୍ନ ରେ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ଜଣେଇ ଥିଲେ ।ତେବେ ଦେଖିବାକୁ ବାକି ରହିଲା ଏ ବୈତରଣୀ ନଦୀ ର ପ୍ରଖର ସ୍ରୋତରେ କିଏ ପାର ହେଉଛି।

error: Thank You Keep Visiting