ରାହାମାରେ ବିଜେଡି ସୁପ୍ରିମୋ ନବୀନ ଓ ରାଜଶ୍ରୀଙ୍କ ମାରାଥନ୍ ପ୍ରଚାର

Straight to the Point

ଜଗତସିଂହପୁର: ଜଗତସିଂହପୁର ସଦରମହକୁମାରେ ଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜଗତସିଂହପୁର ଲୋକସଭା ସାଂସଦ ପ୍ରାର୍ଥୀନି ଡଃ.ରାଜଶ୍ରୀ ମଲ୍ଲିକ ଓ ଜଗତସିଂହପୁର ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପାଇଁ ହାଇପ୍ରୋଫାଇଲ ନିର୍ବାଚନୀ ପ୍ର·ର କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭାରେ ପ୍ରଥମେ ଜୟଜଗନ୍ନାଥ କହି ତାଙ୍କ ଅଭିଭାଷଣରେ କହିଥିଲେ ଆପଣମାନେ ଖୁସିତ ମୁଁ ବି ଖୁସି ।ପରପରେ କହିଥିଲେ କାଳିଆ ଯୋଜନାରେ ୪୦ଲକ୍ଷ ଉପକୃତ ହୋଇଛନ୍ତି । କିନ୍ତୁ କାଳିଆ ଯୋଜନାକୁ ବନ୍ଦକରିବାକୁ କେନ୍ଦ୍ର ଯୋଜନା କରୁଛି । ତେବେ ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବି୯ଜେଡ ସରକାର ମହିଳା ମାଆ ମାନଙ୍କ ପାଇଁ ସେମାନଙ୍କର ହକ୍ ପାଇଁ ଲଢେଇ ଜାରି ରଖିଛି ବିଜୁ ସ୍ୱାସ୍ଥ୍ୟ ଯୋଜନା ଭାରତ ବର୍ଷର ଏକ ବୃହତ ଯୋଜନା । ·ଷୀ ଓ ସାଧାରଣ ଲୋକମାନଙ୍କ ପାଇଁ ବିଜେଡି ସରକାର ସଂଗ୍ରାମ ଜାରି ରଖିବ । ମୁଁ ଆପଣ ମାନଙ୍କୁ ପ୍ରତିଶୃତି ଦେଉଛି କି ଆପଣ ମାନଙ୍କ ସାଥିରେ ସଦାସର୍ବଦା ରହିବି । ତେଣୁ ଶଙ୍ଖ ଚିହ୍ନରେ ଭୋଟଦେଇ ହାତମୁଠାକୁ ଟାଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆôହାନ ଦେଇଥିଲେ । ତତ୍ସହିତ ଜଗତସିଂହପୁର ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ବିଜେଡ ସାଂସଦ ପ୍ରାର୍ଥୀନୀ ଡ.ରାଜଶ୍ରୀ ମଲ୍ଲିକଙ୍କୁ ବିପୁଳ ଭୋଟଦେଇ ଜୟଯୁକ୍ତ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସେହିଭଳି ପାରାଦ୍ୱିପ ନିର୍ବାଚନ ମଣ୍ଡଳୀର ରାହାମା ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ପାରାଦ୍ୱୀପ ବିଧାନସଭା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ମୋର ହାତମୁଠାକୁ ଟାଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆôହାନ ଦେଇଥିଲେ ।

error: Thank You Keep Visiting