ମୂଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ବିଜେଡି ବିଜେଡି ମଧ୍ୟରେ ଗଣ୍ଡଗୋଳ

Straight to the Point

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ବିଜେଡିର ଦୁଇଗୋଷ୍ଠିଙ୍କ ମଧ୍ୟରେ ବାଡିଆବାଡିକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନାରୁ ପ୍ରକାଶ ଯୋଗ୍ୟ କି ପ୍ରଶାନ୍ତ ମୁଦୁଲିଙ୍କ ନାଉଗାଁ ରାଲି ଦିନ କିଛି ବିଜେଡି ଅସନ୍ତୁଷ୍ଟ ଗୋଷ୍ଠି କଲାପତାକା ପ୍ରଦର୍ଶନ କରିଥିଲେ । ଉକ୍ତ କଳାପତକା ଦେଖାଉଥିବା ଯୁବକ ମାନଙ୍କୁ ରୋହିଆ ପଞ୍ଚାୟତର ବିଜେଡି କର୍ମୀ ଜ୍ୟୋତିରଂଜନ ମହାନ୍ତି ବିରୋଧ କରିଥିଲେ । ସେହି ପୂର୍ବରାଗ ରଖି ଆଜି ଉକ୍ତ ଯୁବକମାନେ ଜ୍ୟୋତିରଂଜନକୁ ନିସ୍ତୁକ ମାଡମାରିଥିଲେ । ଯାହାକି ସେ ଲହୁଲୁହାଣ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେଜଗତସିଂହପୁର ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାପରେ ଘରକୁ ପଠାଇଦେଇଥିଲେ । ଏପରିକି ରାଜ୍ୟ ବିଜେଡି ସାଧାରଣ ସଂପାଦିକାଙ୍କୁ ମଧ୍ୟ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିଥିବା ମଧ୍ୟ ଜଣାପଡିଛି । ଏଭଳି ଆଚରଣକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ବିଜେଡି ଦୁଇଫାଳ ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ସମସ୍ୟା ଲାଗିରୁହେ ବିଜେଡି ସଂଗଠନ ନିହାତି ଦୁର୍ବଳ ହେବ ବୋଲି ଚର୍ଚ୍ଚାହେଉଛି ।

error: Thank You Keep Visiting