ବିଜେପି ପ୍ରାର୍ଥୀ ସତ୍ୟବ୍ରତଙ୍କ ରୋଡ୍ ସୋ;କର୍ମୀଙ୍କୁ ନିରାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା ବିଜେପି ପ୍ରାର୍ଥୀ ସତ୍ୟବ୍ରତଙ୍କ ଆଜି ପୂର୍ବପ୍ରସ୍ତୁତି ଅନୁଯାୟୀ ସ୍ଥାନୀୟ ନୂଆପୋଲ ନିକଟରୁ ଆରମ୍ଭ ହୋଇଥିଲା ।ଏହି ରୋଡ୍ ସୋ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଉତ୍ସୁକତା ଭରିରହିଥିଲା । କିନ୍ତୁ କେନ୍ଦ୍ରମନ୍ତ୍ରୀ ନଆସିବାରୁ କର୍ମୀ ମାନଙ୍କ ମଧ୍ୟ ନିରାଶ ଭାବ ସୃଷ୍ଟି ହୋଇଥିଲା ।ପରେ ପରେ ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ନୂଆପୋଲ ବଜାରରୁ ବାହାରିଥିଲା ।

ଏହିରାଲିରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ନାଥ ବିଶ୍ୱାଳ,ଉପସଭାପତି ସୌଭାଗ୍ୟ ମହାନ୍ତି,ସାଧାରଣ ସଂପାଦକ ଜଗନ୍ନାଥ ଦାସ,ନଗରସଭାପତି ଅକ୍ଷୟପାତ୍ର,ମିଡିଆସେଲର ଗଣେଷପ୍ରସାଦ ମହାନ୍ତି,ମହିଳା ମୋର୍ଚ୍ଚାର କ୍ରୀଷ୍ଣା ମହାନ୍ତି ପ୍ରମୁଖ ଶତାଧିକ ବିଜେପ କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ବିଜେପି ପକ୍ଷରୁ ବିରାଟ ବାଇକ୍ ରାଲିରେ ସହର ପ୍ରକମ୍ପିତ ହୋଇଥିଲା । ନୂଆପୋଲ ଠାରୁ ଆରମ୍ବ ହୋଇଥିବା ରାଲି ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମୁଖରେ ଶେଷହୋଇଥିଲା ।

error: Thank You Keep Visiting