ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ଦ୍ୱାରା ହରିଣ ଉଦ୍ଧାର

Straight to the Point

ଜଗତସିଂହପୁର: ରାମଚନ୍ଦ୍ରପୁର ଗ୍ରାମବାସୀମାନେ ହରିଣ ଉଦ୍ଧାର କରି ଜଙ୍ଗଲ ବିଭାଗ ଅଧିକାରିଙ୍କୁ ହସ୍ତାନ୍ତର କଲେ । ପ୍ରକାଶ ଥାଉକି , ରଘୁନାଥପୁର ବ୍ଲକ ଅଧିନସ୍ଥ ଧଳତଙ୍ଗଗଡ ଜଙ୍ଗଲରୁ ବାରମ୍ବାର ହରିଣର ମୃତ୍ୟୁକୁ ନେଇ ଅଂଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜଙ୍ଗଲ ବିଭାଗର ଅଧିକାରିଙ୍କର ଦାୟିତ୍ୱ ହୀନତା ଓ ଅପାରଗତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟି ଚାଲିଛି ବୋଲି ପରିବେଶ ବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରପକ୍ଷରେ ଏହି ଜଙ୍ଗଲରୁ ପ୍ରାୟ ୧୧ରୁ ଉଦ୍ଧ୍ୱର୍ ହରିଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ରପୁର ଗ୍ରାମର ଅଟଳ ବିହାରୀ ଜେନାଙ୍କର ମୁଗ ଫସଲରେ୩୦ରୁ ଉଦ୍ଧ୍ୱର୍ ହରିଣ ଫସଲ ଖାଉଥିଲେ । କୁକୁର ଗୋଡେଇବାରୁ ଅନ୍ୟ ହରିଣ ଗୁଡିକ ଦୌଡି ଜଙ୍ଗଲ ଭିତରକୁ ପଳାଇଯାଉଥିବା ବେଳେ ଗୋଟିଏ ହରିଣ କୁକୁର କବଜାରେ ରହିଥିଲା । ଗ୍ରାମବାସୀମାନେ ଏକଜୁଟ ହୋଇ କୁକୁର କବଳରୁ ଏହି ହରିଣଟିକୁ ଉଦ୍ଦାର କରି ଜଙ୍ଗଲ ବିଭାଗ ରେଞର ବଳରାମ ସାହୁଙ୍କୁ ଟେଲିଫୋନ ୍େଯାଗେ ଡକାଇ ଏହି ହରିଣଟିକୁ ହସ୍ତାନ୍ତର କରିଥିଲେ । ଏଠାରେ ସୂଚନା ଯୋଗ୍ୟ , ଜଗତସିଂହପୁର ଜିଲ୍ଲାର ଏକମାତ୍ର ସଂରକ୍ଷିତ ଜଙ୍ଗଲ ଧଳତଙ୍ଗଗଡ ଜଙ୍ଗଲରୁ ହରିଣଗୁଡିକ ଜଙ୍ଗଲରେ କୌଣସି ଖାଦ୍ୟ ଓ ପିଇବା ନିମନ୍ତେ ପାଣି ନ ପାଇ ଜଙ୍ଗଲ ବାହାରକୁ ବାରମ୍ବାର ଖାଦ୍ୟ ଅନ୍ୱେଷଣରେ ଚାଲି ଆସୁଛନ୍ତି । ସେଥିରୁ କେତେକ ହରିଣ ଟ୍ରେନରେ କଟି ମୃତ୍ୟୁବରଣ କରୁଥିବା ବେଳେ ଆଉ କେତେକ ହରିଣ କୁକୁର ଆକ୍ରମଣରେ ମୃତ୍ୟୁବରଣ କରିଥିବା ନଜିର ରହିଛି । ଟ୍ରେନରେ କଟି ବାରମ୍ବାର ହରିଣ ଗୁଡିକର ମୃତ୍ୟୁ ଘଟୁଛି । ପୁଣି ଗତ୧୧ତାରିଖ ରାତିରେ ଧଳତଙ୍ଗ ଜଙ୍ଗଲରୁ ହରିଣ ଗୁଡିକ ଖାଦ୍ୟ ଅନ୍ୱେଷଣରେ କଟକ ପାରାଦ୍ୱୀପ ରେଳପଥର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୁଆଳିପୁର ରେଳଲାଇନ ଲେବୁଲ କ୍ରସିଂଙ୍କ ନିକଟରେ ରେଳଧାରଣା ପାରିହୋଇ ଅପରପାଶ୍ୱର୍ରେ ମୁଗଫସଲ ଖାଇବାକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ରେ କଟି ୧ଟି ହରିଣର ମୃତ୍ୟୁ ଘଟିଛି । ପୂର୍ବରୁ ଗତ ଫେବୃୟାରୀ ୩ତାରିଖ ରାତିରେ ଏକ ମାଲବାହୀ ଟ୍ରେନରେ କଟି ୩ ହରିଣର ମୃତ୍ୟୁ ଘଟିଥିଲା ଏବଂ ଗତମାର୍ଚ୍ଚ ୩ତାରିଖରେ ଗୋଟିଏ ହରିଣ ଟ୍ରେନରେ କଟି ମୃତ୍ୟୁବରଣ କରିଥିଲା । ଗତ ଫେବୃୟାରୀ ମାସ ୫ ତାରିଖରେ ରେଢୁଆ ସ୍ଥିତ ମୁଣ୍ଡାଳ ଠାରେ କୁକୁର କାମୁଡିବାରୁ ହରିଣର ମୃତ୍ୟୁ ଘଟିଥିଲା । ଏଥିରୁ ସୂଚନାଯୋଗ୍ୟ ଧଳତଙ୍ଗଗଡ ଚତୁପାଶ୍ୱର୍ରେ ଥିବା ଶାଳିଜଙ୍ଗା-ରାମଚନ୍ଦ୍ରପୁର-ଗୋପାଳପୁର ଚାଷୀମାନେ ସେମାନଙ୍କର ମୁଗଫସଲ ହରିଣ ଖାଇଯାଉଥିବାରୁ ଚଳିତବର୍ଷ ସେମାନେ ଚାଷଜମିରେ ମୁଗଫସଲ କରିନାହାଁନ୍ତି । ଯାହାଫଳରେ ଧଳତଙ୍ଗଗଡ ଜଙ୍ଗଲର ଚର୍ତୁପାଶ୍ୱର୍ ମୁକୁଳା ହୋଇପଡିଥିବାରୁ ହରିଣଗୁଡିକ ମୁଗଫସଲ ଖାଇବା ପାଇଁ ପ୍ରତିଦିନ ରାତିରେ ଜଙ୍ଗଲ ଠାରୁ ୫-୬ କିଲୋମିଟର ଦୂର ଟ୍ରେନ ଲାଇନ୍ ପାରିହୋଇ ଚିକିଣିଆ , ରେଢୁଆ , କଳାଧାରୀ, ନେଉଳିଆ , ଏରଣ୍ଡପାଳ, ଶାଳିଜଙ୍ଗା ଆଦି ଗ୍ରାମର ଚାଷଜମିକୁ ଯାଉଛନ୍ତି । ଏହି ହରିଣଟିକୁ ରାମଚନ୍ଦ୍ରପୁର ଗ୍ରାମର ରବିନ୍ଦ୍ର କୁମାର ବେହେରା , କୈଳାଶ ସେଣ , ଦିନେଶ ରାଉତ , କୈଳାଶ ମଲ୍ଲିକ , ପ୍ରେମାନନ୍ଦ ସେଠୀ , ମାନସ ରାଉତ ପ୍ରମୁଖଙ୍କ ସହଯୋଗରେ ହରିଣଟିକୁ କୁକୁର ମୁଖରୁ ଉଦ୍ଧାର କରାଯାଇ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି । ଧଳତଙ୍ଗଗଡ ଜଙ୍ଗଲର ଚତୁଃପାଶ୍ୱର୍ ତାରବାଡ କରିବାକୁ ପରିବେଶବିତ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ବିଜୟ କୁମାର ସ୍ୱାଇଁ , ଇଂ ବାବାଜି ଜେନା , ସମାଜସେବୀ ପାର୍ଥସଖା ପାଲଟା ସିଂ , ବରିଷ୍ଠ ସାମ୍ବାଦିକ କଲ୍ୟାଣ ସେନ ପ୍ରମୁଖ ସରକାରଙ୍କ ଠାରେ ଦାବି କରିଛନ୍ତି ।

error: Thank You Keep Visiting