ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି : ବିଜେଡ଼ି

Straight to the Point

ତିର୍ତ୍ତୋଲ: ୨୦୧୯ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଚଳିତ ମାସ ୨୯ ତାରିଖରେ ହେବାକୁ ଥିବାବେଳେ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ରାଜନିତୀର ଉଷ୍ମତା ଧିରେ ଧିରେବଢ଼ିବାରେ ଲାଗିଲାଣି । ଗତ ରବିବାର ୨୧ ତାରିଖ ଦିନ ତିର୍ତ୍ତୋଲ ବ୍ଲକ କଟକ – ପାରାଦ୍ୱିପ ରାସ୍ତାର ସାରଳା ରୋଡ଼ ଠାରେ ଥିବା ସାରଳା ଶ୍ରୀକ୍ଷେତ୍ର କାଳୀ ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସକଳ୍ପ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ପେଟ୍ରୋଲୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ବିଜେପି ସାରା ରାଜ୍ୟରେ ପରିବର୍ତ୍ତନର ଡ଼ିଣ୍ଡିମ ପିଟୁଥିବାବେଳେ ଏହି ସଭାରେ ଆଶାନୁରୂପକଭାବେ କର୍ମୀଙ୍କ ଯୋଗନଦେବା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନଙ୍କୁ ମର୍ମାହତ କରିଥିଲା । ଏଥିସହିତ ଏହିସଭାରେ ବିଜେପି ଜିଲ୍ଲା ସଭାପତିଙ୍କ ସମେତ ସ୍ଥାନୀୟ ବରିଷ୍ଟ ନେତାମାନେ ଯୋଗଦେଇନଥିବା କର୍ମୀଙ୍କ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ପହଞ୍ଚି ମାତ୍ର ୫ ରୁ ୧୦ ମିନିଟ୍ ମଧ୍ୟରେ ଭାଷଣ ବାଜୀ ସାରିଦେଇ ଅନ୍ୟ ନିର୍ବାଚନୀ ପ୍ରଚାରରେ ବାହାରିଯାଇଥିଲେ । ଦିନ ୧୦ ଟାବେଳୁ ବିଭିନ୍ନ ବ୍ଲକ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା, ଛୋଟପିଲା ଅପେକ୍ଷା କରିଥିଲେ କେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଆସିବେ କିନ୍ତୁ ଶ୍ରୀଯୁକ୍ତ ପ୍ରଧାନ ମାତ୍ର ୧୦ ମିନିଟ୍ରେ ସଭା କାର୍ଯ୍ୟ ସାରି ଚାଲିଯାଇଥିବା କର୍ମୀଙ୍କୁ ବ୍ୟଥିତ କରିପକାଇଥିଲା । ଏହି ସଭାରେ ୭୫ %ଭାଗ ଚେଆର ଖାଲଇପଡ଼ିଥିବା ଦେଖି ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଧାନ ରାଗରେ ଜରଜରିତ ହୋଇଥିବାବଳେ ତାଙ୍କୁ ଏହି ବିଜୟ ସଙ୍କଳ୍ପ ସଭାରେ ଦଳର ବିଜୟକୁ ନେଇ ନୌରାଶ୍ୟପୂଣ୍ଣ ଦେଖାଯାଇଥିଲା । ଏହି ସଭାରେ ଆରଏସଏସ ସଂଘର ସଦସ୍ୟ ତଥା ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଯେତେବେଳେ ମାଇକ୍ ଧରି ତାଙ୍କ ଭାଷଣରେ ବିଜେଡ଼ି ପ୍ରତି କଟାକ୍ଷ କରୁଥିଲେ ମଞ୍ଚତଳେ ବସିଥିବା ବିଜେପି କର୍ମୀ ମାନେ ତାଙ୍କୁ ବିରୋଧ ବା ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ୩ ଭାଗରେ ବିଭିକ୍ତ ହୋଇ ଗୋଷ୍ଠୀ କନ୍ଦଳ ଉଗ୍ରରୁପ ନେବାକୁ ବସିଛି । ତିର୍ତ୍ତୋଲ ବିଜପେିରେ ଗୋଟିଏ “ଏ” ଗୋଷ୍ଠୀ, ଗୋଟିଏ “ଏସ୍” ଗୋଷ୍ଠୀ ଅନ୍ୟଟି ଖୋଦ “ଆର” (ବିଧାୟକ ପ୍ରାର୍ଥିୀ ରମାକାନ୍ତ ଭୋଇ ଗୋଷ୍ଠୀ) ଥିବା ବିଜେପିଙ୍କ କର୍ମୀ ମହଲରେ ଆଲୋଚନା ଚାଲିଛି । ଏଥିରୁ ସ୍ପଷ୍ଟ ବାରିହୋଇ ପଡ଼ୁଛିଯେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ବଢ଼ିବା ପରିବର୍ତ୍ତୋ ଘଟି ଘଟି ଚାଲିଛି । ବିଜୟ ସଂକଳ୍ପ ସଭାରେ ଆଗଧାଡ଼ିର ବିଜେପି କର୍ମୀମାନେ ଯୋଗଦେଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ଓ ବିଜେପିର ଜଗତସିଂହପୁର ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ କର୍ମୀ ଓ ତାଙ୍କ ସମର୍ଥକମ।।ନେ ଆଗାମୀ ୨୯ ତାରିଖ ନିର୍ବାଚନରେ ସାଂସଦ ପ୍ରାର୍ଥୀଙ୍କୁ ସହଯୋଗ କରିବା ସହିତ ବିଧାୟକ ପ୍ରାର୍ଥୀ ରମାକାନ୍ତଙ୍କୁ ସହଯୋଗ କରିବେ ନାହିଁ ବୋଲି ସଭାସ୍ଥଳରେ ଚାଲିଥିଲା ଟୁପୁରୁ ଟାପୁରୁ ।

error: Thank You Keep Visiting