୨୫ରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ତିର୍ତ୍ତୋଲ ଗସ୍ତ

Straight to the Point

ତିର୍ତ୍ତୋଲ: ଗତ ୨୧ ତାରିଖ ଦିନ ବିଜୁ ଜନତା ଦଳର ସୁପ୍ରିମୋ ନବିନ ପଟ୍ଟନାୟକ ତିର୍ତ୍ତୋଲ ସ୍ଥିତ ସାରଳାରୋଡ଼ କାଳୀପଡ଼ିଆରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ଝଡ଼ ତୋଫାନ ଓ ବର୍ଷା ପାଇଁ ସଭାକୁ ବାତିଲ କରିଦିଆଯାଇଥିଲା । ଅପରପକ୍ଷରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚାଲିଥିଲା ଅପପ୍ରଚାର । ସେହିଦିନ ସେହିସ୍ତାନରେ ବିଜେପିର କାର୍ଯ୍ୟକ୍ରମ ପାଇଁ ମଞ୍ଚ କରାଯାଇଥିଲା । ବିଜେପିର ସଭା କାର୍ଯ୍ୟ ସରିବା ପରେ ଅଚାନକ ଝଡ଼ ବର୍ଷା ହେବା ଫଳରେ ପଡ଼ିଆରେ ପାଣି ଜମିବା ସହିତ ହେଲିପ୍ୟାଡ଼ରେ ମଧ୍ୟ ପାଣି ଜମିଯାଇଥିଲା । ଯାହାଦ୍ୱାରା ବିଜେପି ସଭାକାର୍ଯ୍ୟ ପାଇଁ ବନ୍ଧାଯାଇଥିବା ମଞ୍ଚ ଖୋଲାହୋଇପାରିନଥିଲା । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାକାର୍ଯ୍ୟକୁ ବାତିଲ୍ କରିଦିଆଯାଇଥିଲା । ୨୧ ତାରିଖଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ୍ ହୋଇଯିବାପରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡ଼ି କର୍ମୀଙ୍କ ମହଲରେ କିଛିଟା ନିରାଶର ବାତାବରଣ ଦେଖାଦେଇଥିଲା । ଆସନ୍ତା ୨୫ ତାରିଖ ଗୁରୁବାର ଦିନ ନିର୍ବାଚନ ସଭା କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ରହିଥିବା ସୁଚନା ମିଳିବା ପରେ ବିଜେଡ଼ି କର୍ମୀଙ୍କ ମହଲରେ ଉତ୍ସକତା ବଢ଼ିଯାଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାକାର୍ଯ୍ୟ ସୁଚାରୁରୂପେ କରାଯିବାପାଇଁ ବିଜୁ ଜନତା ଦଳର କର୍ମକର୍ତ୍ତା, ଯୁବଗୋଷ୍ଠୀ ଓ ମହିଳାମାନେ ଆନନ୍ଦର ସହିତ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ବିଷ୍ଣୁ ଦାସଙ୍କ ସ୍ୱାସ୍ଥ୍ରବସ୍ଥାକୁ ନେଇ ଯେଉର୍ ଅପପ୍ରଚାର ଚାଲିଛି ତାହା ଠିକ୍ ନୁହେଁ ବୋଲି ବିଷ୍ଣୁଙ୍କ ନିକଟତର ନେତୃବୃନ୍ଦଙ୍କ ଠାରୁ ସୁଚନା ମିଳିଛି । ଆସନ୍ତା ୨୫ ତାରିଖରେ ନବୀନଙ୍କ ନିର୍ବାଚନୀ ସଭାରେ ବିଷ୍ଣୁ ଦାସ ଯୋଗଦେବା ନେଇ କର୍ମୀଙ୍କ ମହଲରେ ଉତ୍କଣ୍ଡା ଦେଖାଦେଇଛି । ସେ ଅସୁସ୍ଥ ଥିବାସତ୍ୱେ ତାଙ୍କର ନେତୃବୃନ୍ଦ ଓ ସମର୍ଥକମାନେ ପ୍ରଚାର ପ୍ରସାରରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି ।

error: Thank You Keep Visiting