ଚଇତି ପର୍ବ ଉତ୍ସବରେ ସନ୍ତୋଷ ପଟ୍ଟନାୟକଙ୍କ ସହିତ ହାତ ମିଶାଇଲେ ସମ୍ବିତ ରାଉତରାୟ
ପାରାଦ୍ୱୀପ : ଗତକାଲି ପାରାଦ୍ୱୀପ ଜିରୋପଏଣ୍ଟ ଠାରେ ପୂର୍ବବର୍ଷ ମାନପରି ତୈଳ ବିଶୋଧନାଗାର ଶ୍ରମିକ ସଙ୍ଘ କାର୍ଯ୍ୟାଳୟଠାରେ ଏଅଞ୍ଚଳର କୈବର୍ତ୍ତ ଜାତିର ଐତିହ, ସଂସ୍କୃତି, କଳା ଓ ପରମ୍ପରାର ଆରାଧ୍ୟ ଠାକୁର ମା ବାସୁଳେଇଙ୍କ ପୂଜା ଉପଲକ୍ଷେ “ଚଇତି ପର୍ବ” ମହା ଆଡମ୍ବର ସହିତ ସମସ୍ତ ନୀତି ନିର୍ଘଣ୍ଟ ଅନୁଯାୟୀ ପୂଜା ରୀତିନୀତି ସହକାରେ ପ୍ରାୟ ୩ହଜାରରୁ ଉର୍ଦ୍ଧଲୋକ ସମାଗମରେ ପାଳିତ ହୋଇଯାଇଅଛି । ଏ ଅଞ୍ଚଳର ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ପ୍ରାୟ ୮ଗୋଟି ସଙ୍ଗଠନର ପରିଚାଳକ ତଥା ସଭାପତି ଭାବେ ଥିବାବେଳେ ଦୀର୍ଘ ୧୯ବର୍ଷ ଧରି ବିଜୁ ଜନତା ଦଳ ସହିତ ବିଷ୍ଣୁ ବିଜେଡି ଭାବେ ବେଶ୍ ପରିଚିତ । ଚଳିତ ନିର୍ବାଚନ ପୂର୍ବରୁ ଦାମଙ୍କୁ ଦଳରୁ ବାହାର କରିଦିଆଯିବା ଓ ବିଷ୍ଣୁ ଦାସଙ୍କୁ ନିଜ ସ୍ଥାନରେ ପ୍ରାର୍ଥୀତ୍ୱ ନକରାଇ ତିର୍ତ୍ତୋଲ ନିର୍ବାଚନୀ କ୍ଷେତ୍ରରେ ପ୍ରାର୍ଥୀତ୍ୱ କରାଇବା ସନ୍ତୋଷ ମନେମନେ ଯେତିକି ଖୁସି ଥିଲେ ସେତିକି ନିସ୍ୱ ମଣୁଥିବା ଅବସ୍ଥାରେ ସମ୍ବିତଙ୍କ ମାଷ୍ଟର ଷ୍ଟୋକ୍ ଓ ସନ୍ତୋଷଙ୍କ ସହିତ ସବୁଦିନ ରହିବାର ପ୍ରତିଶୃତି ପାଇ ସନ୍ତୋଷ ସମ୍ବିତ୍ ଏହି ଚଇତି ପର୍ବ ଉତ୍ସବରେ ଏକତ୍ର ମିଳିମିଶି ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଳାଇଛନ୍ତି । ସନ୍ତୋଷ ୧୯ବର୍ଷ ଧରି ରାଜନୀତି କ୍ଷେତ୍ରରେ ଯାହା ପାଇ ପାରିନଥିଲେ ତାହା ଏବେ ରାଜ୍ୟ ବିଜେଡିର ସମ୍ପାଦକ ଭାବେ ଏକ ମର୍ଯ୍ୟଦା ଜନକ ପଦବୀ ହାତେଇ ବେଶ୍ ଖୁସିଥିବା ପରି ମନେହୁଏ । ଏଥିସହିତ ସନ୍ତୋଷଙ୍କ ନିଜର ବିଶ୍ୱସ୍ଥ ତଥା ବିଭିନ୍ନ ସଙ୍ଗଠନକୁ ସୁପରିଚାଳନା କରିଆସୁଥିବା ମନିନ୍ଦ୍ର ଗୁରୁଙ୍କୁ ମଧ୍ୟ ପାରାଦ୍ୱୀପ ପର୍ଯ୍ୟବେକ୍ଷକ ଭାବେ ଦଳ ତରଫରୁ ଘୋଷଣା କରାଯାଇଅଛି । ସଙ୍ଗଠନର ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଜେଡି ଜଗତସିଂହପୁର ଜିଲ୍ଳା ସାଂସଦ ପ୍ରାର୍ଥୀନୀ ଡା. ରାଜଶ୍ରୀ ମଲ୍ଲିକ, ପାରଦ୍ୱୀପ ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ, ଗୋବିନ୍ଦ ଚନ୍ଦ୍ର ତରାଇ, କିଶୋର ପରିଡାଙ୍କ ସମେତ, ଦିଲ୍ଳିପ କୁମାର ବେହେରା, ମନିନ୍ଦ୍ର ଗୁରୁ, ଚିନ୍ମୟ ଦାସ ଉପସ୍ଥିତ ଥିବା ବେଳେ ଓ ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ପଦ୍ମଲୋଚନ ଦାସ ସ୍ୱାଗତ ଭାଷଣ ଦେଇଥିଲେ ।