ବଜ୍ରପାତରେ ୪ ଗୋଟି ମଇଁଷି ମୃତ,ସରକାରୀ ସହାୟତା ଦେବାକୁ ଦାବି

Straight to the Point

ଜଗତସିଂହପୁର: ଗତକାଲି ରାତି ରେ କାଳବୈଶାଖୀ ବର୍ଷା ସହିତ ବଜ୍ରପାତ ଯୋଗୁଁ ମୁଗୁରିଆ ଗ୍ରାମର ଖତୁ ଦାସଙ୍କର ୪ଗୋଟି ମଇଁଷିର ଜୀବନ ଯ।।ଇଛି । ଘଟଣାରୁ ପ୍ରକାଶ , ଗତକାଲି ଘୂର୍ଣ୍ଣ ଝଡ ସାଙ୍ଗକୁ ଭୟଙ୍କର ଘଡଘଡି ସହ ବର୍ଷାରେ କିଶନନଗର ତହସିଲ ଅନ୍ତର୍ଗତ ଉତରକୁଳ ଗ୍ରା.ପର ମୁଗୁରିଆ ଗ୍ରାମରେ ଖତୁ ଦାସଙ୍କ ଓ ଅନ୍ୟମାନଙ୍କର ବହୁ ମଇଁଷି ଗୁଡିକ ସୁକପାଇକା ନଦୀପଠାରେ ବନ୍ଧା ହୋଇଥିଲେ । ସେଥିମଧ୍ୟରୁ ୪ଗୋଟି ମଇଁଷିଙ୍କ ଉପରେ ଘଡଘଡି ପଡିଥିଲା । ଯାହାଫଳରେ ଘଟଣା ସ୍ଥଳରେ ୪ଗୋଟି ମଇଁଷିର ମୃତ୍ୟୁ ଘଟିଥିଲା । ଅନ୍ୟ ମଇଁଷି ଗୁଡିକ ଭୟଭୀତ ହେବା ସାଙ୍ଗକୁ ଆହତ ହୋଇଛନ୍ତି । ଏପରିକି ମଇଁଷିମାନଙ୍କର କାନ ବଧିରା ହୋଇଥିବା ଜଣାଯାଇଛି । ଖବରପାଇ ନିଶ୍ଚିତ କୋଇଲି ପଶୁ ଚିକିତ୍ସା ଅଧିକାରୀ ବସନ୍ତ ବେହେରା ଘଟଣା ସ୍ଥଳରେ ପହଂଚି ୪ଗୋଟି ମଇଁଷିର ଶବକୁ ବ୍ୟବଛେଦ କଲାପରେ ପୋତି ଦେଇଛନ୍ତି । ଖତୁ ଦାସ ଓ ତାଙ୍କ ପୁଅ ବାବାଜୀ ଦାସ ମଇଁଷି ପାଳନ କରି ପରିବାର ଭରଣ ପୋଷଣ କରିଥାନ୍ତି । ୪ଗୋଟି ମଇଁଷି ମଧ୍ୟରୁ ୨ଗୋଟି ୮/୯ ମାସର ଗର୍ଭବତୀ ଥିବା ଜଣାଯାଇଛି । ଏଭଳି ମଇଁଷିର ମୃତ୍ୟୁ ଘଟିବା ପରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ଖତୁ ଦାସ ଯାହାକୁ ନେଇ ଗ୍ରାମବାସୀମାନେ ଦୁଃଖ ପ୍ରକାଶ କରି ଖତୁ ଦାସଙ୍କୁ ସାହାଯ୍ୟ ଯୋଗାଇ ଦେବାପାଇଁ ସମାଜସେବୀ କିଶୋର ସାହାଣୀ, ଦିନବନ୍ଧୁ ଦାସ , ଦେବେନ୍ଦ୍ର ଦାସ , ସର୍ବେଶ୍ୱର ବେହେରା ,ସନ୍ତୋଷ କୁମାର ମହାପାତ୍ର , କୈଳାଶ ଚନ୍ଦ୍ର ଦାସ , ବଂଶୀଧର ଦାସ , ପବିତ୍ର ପରିଜା , ଶିକାନ୍ତ ମହାନ୍ତି , ମିଟୁ ଦାସ ପ୍ରମୁଖ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

error: Thank You Keep Visiting