ଚାନ୍ଦବାଲିରେ ନିର୍ବାଚନୀ ହିଂସାକାଣ୍ଡ,ଯଶୀପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ

Straight to the Point

ଘଣ୍ଟେଶ୍ୱରରେ ଦଳୀୟ ପତାକା ପୋଡାଜଳା, ଦଳୀୟ କାର୍ଯ୍ୟାଳୟ ଭଙ୍ଗାରୁଜା

ଭଦ୍ରକ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ସହି ଦଳୀୟ ପତାକା ପୋଡା ଜଳା ସହିତ ଦଳୀୟ କାର୍ଯ୍ୟାଳୟ ଭଙ୍ଗାରୁଜା ହୋଇଛି । ଯାହାକୁ ନେଇ ରାସ୍ତାରୋକ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ମୁତୟନ ହୋଇଛନ୍ତି । ଖବର ନେବାରୁ ଜଣା ଯାଇଛି ଯେ, ବାଁଶଡା ଥାନା ଅଧିନସ୍ଥ ଯଶୀପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ବାଇକ୍ ରାଲି କରାଯାଉଥିଲା । ଏହି ରାଲି ଯଶୀପୁର ଗାଁ ଭିତରେ ଚାଲୁଥିଲା । ଏହି ରାଲଇରେ ଯୋଗ ଦେବାକୁ ଯାଉଥିବା କିଛି ସମର୍ଥକଙ୍କୁ ଅନ୍ୟ ଦଳର କର୍ମୀ ଅଟକାଇ ଥିଲେ । ଯାହାକୁ ନେଇ ସେଠାରେ ମାରପିଟ୍ ହୋଇଥିଲା । ଏହା ପରବର୍ତୀ ଅବସ୍ଥାରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଏଥିରେ ପ୍ରଶାନ୍ତ ବଳ ଓ ସୁଶାନ୍ତ ବଳ ଆହତ ହୋଇ ଚିକିସô୍ିତ ହେଉଛନ୍ତି । ସେହିପରି ବିଜେଡି ରାଲିକୁ ଏହି ଥାନା ଅଧିନସ୍ଥ ଜନ୍ତୁଆଳି ଗାଁର ଗୋପବନ୍ଧୁ ଘଡେଇ ଆସୁଥିଲେ । ତାଙ୍କୁ ସେଠାରେ ସଂଘବନ୍ଧ ଆକ୍ରମଣ କରାଯାଇଛି । ଏଥିରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ବାଁଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେହିପରି ତୋଟାପଡା ଛକଠାରେ ମଧ୍ୟ ନିର୍ବାଚନୀ ମାରପିଟ୍ ହୋଇଛି । ଗୋଟିଏ ପରିବାରର ଦୁଇ ଭାଇଙ୍କ ଠାରୁ ଏହି ମାରପିଟ୍ ଆରମ୍ଭ ହୋଇ ପରେ ଏହା ରାଜନୈତିକ ଗଣ୍ଡଗୋଳରେ ପରିଣତ ହୋଇଛି । ଦଳୀୟ ପତାକାକୁ ନେଇ ଏହି ମାରପିଟ୍ ଆରମ୍ଭ ହୋଇଥିଲା । ଏ ସମ୍ପର୍କରେ ଜଣେ ଭାଇ ପ୍ରଥମେ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏହି ଫାଣ୍ଡି ସାମ୍ନାରେ ଜଣଙ୍କୁ ଅନ୍ୟ ଜଣେ ଚାପୁଡା ମାରିବାରୁ ଏହା ଉଗ୍ର ରୂପ ଧାରଣ କଲା । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଗୋଟିଏ ରାଜନୈତିକ ଦଳ ଦାବି କରିଥିଲା । ୨୪ ଘଟାଂ ଭିତର ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇ ଥିଲା । ଏହାର କିଛି ସମୟ ପରେ ବିଜେଡି-ବିଜେପି ପତାକା ପୋଡା ଜଳା ଆରମ୍ଭ ହେଲା । ଘଟେଂଶ୍ୱରସ୍ଥିତ ବିଜେପି- ବିଜେଡି କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇଛି । ନିରପେକ୍ଷ ତଦନ୍ତ ଦାବି କରି ରାସ୍ତାରୋକ କରାଯାଇଛି । ବିଜେପି ପକ୍ଷରୁ ଘଟେଂଶ୍ୱର ବସ୍ଷ୍ଟାଣ୍ଡ ଓ ମାଣିପୁ ଗାଁରେ ରାସ୍ତାରୋକ କରାଯାଇଛି । ସେହିପରି ବିଜେଡି ତୋଟାପଡା ଛକ ଠାରେ ରାସ୍ତାରୋକ କରିଛି । ଊଭୟ ସ୍ଥାନରେ ପୁଲିସ୍ ମୁତୟନ ହୋଇଛି । ଏହି ରାସ୍ତାରୋକ ହେବାରୁ ଗାଡି ଚଳାଚଳ ବନ୍ଦ ରହି ପରେ ସ୍ୱାଭାବିକ ହୋଇଥିଲା । ତେବେ ରାସ୍ତାରୋକ, ମାରପିଟ୍, ଦଳୀ ପତାକା ପୋଡାଜଳା ଓ ଦଳୀୟ କାଯ୍ରା୍ୟଳୟ ଭଙ୍ଗାରୁଜାକୁ ନେଇ ବାଁଶଡା ଥାନାରେ ମୋଟ ୭ଟି ଅଭିଯୋଗ ହୋଇଛି ।

error: Thank You Keep Visiting