ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଭୋଟଦାନ ପାଇଁ ସଚେତନତା
ଜଗତସିଂହପୁର: ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ବିଶେଷ କରି ସହରାଚଂଳରେ ଭୋଟଦାନ ହାର କମୁଥିବାରୁ ଜିଲ୍ଲା ଓକିଲ ସଂଘ,ଜଗତସିଂହପୁର ପକ୍ଷରୁ ଆଜି ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଓକିଲ ମାନଙ୍କର ଏକ ଶୋଭାଯାତ୍ରା କୋର୍ଟଛକ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା । ସଂଘ ସଭାପତି ସୁବତ୍ର ଶତପଥି ଓ ସଂପାଦକ ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ଶତାଧିକ ଓକିଲ ଏହି ଶୋଭାଯାତ୍ରାରେ ଯୋଗଦେଇ ଭୋଟଦାନ ନିମନ୍ତେ ଲୋକମାନଙ୍କୁ ଅପିଲ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରସନ୍ନ କୁମାର ମହାନ୍ତି,ଯୁଗ୍ମସଂପାଦକ ଦୁର୍ଯ୍ୟୋଧନ ରାଉତ,କୋଷାଧ୍ୟକ୍ଷ ନରେଶ ଦାସ,ବରିଷ୍ଠ ଓକିଲ ଦୋଳଗୋବିନ୍ଦ ଦାଶ,ପିତାମ୍ବର ପଣ୍ଡା,ରାଜ୍କିଶୋର ବେହେରା,ରଞିତ୍ କୁମାର ସ୍ୱାଇଁ,ଗିରିଜା ପ୍ରସନ୍ନ ଦାଶ,ଶାରଦା ପ୍ରସାଦ ଦାସ,ନାରାୟଣ ମହାନ୍ତି,ପର୍ଶୁରାମ ରାଉତ,ସୁଶୀଲ୍ ଦାସ,ହିମାଚଳ ରାୟ,ଅଧିକାରୀ ବିଭୁରଂଜନ ଦାସ,ଗିରିଜା ମହାନ୍ତି,ତାପସ୍ ମହାନ୍ତି,କସ୍ତୁରୀ ପ୍ରିୟଦର୍ଶିନୀ ମଲ୍ଲ,ପ୍ରମିଳା ମହାରାଜ,ରୋଜାଲିନ୍ ସାହୁ୍ଲ,ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କମିଟି ସଭ୍ୟ ମିହିର ରଞନ ମହାନ୍ତି,ମିହିର ମଲ୍ଲିକ୍,ଅକ୍ଷୟ କାନୁନ୍ଗୋ,ଅଶୋକ ସ୍ୱାଇଁ,ମହମ୍ମଦ ମୁସ୍ତାଫା କମାଲ୍,ସୌଦାମିନି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଜିଲ୍ଲା ଓକିଲ ସଂଘର ଏଭଳି ପ୍ରୟାସକୁ ଅନେକ ପ୍ରଶଂସା କରିଥିଲେ ।