ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜମୁଛି

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ୍ ବିଶ୍ୱାଳ ନିଜ ସମର୍ଥକଙ୍କ ସହିତ ଜଗତସିଂହପୁର ପୌରାଞ୍ଚଳରେ ପ୍ର·ର କରୁଥିବା ଦେଖିବାକୁ ମିଳିଛି । ଆଜି ପୌରାଞ୍ଛଳର ଧଡାସାହି,ଗୋପାଳସାଗର ସନ୍ତୋଷି କଲୋନି,ଲାଲାସାହି କୁ ଯାଇ ଚିରଞ୍ଜୀବ୍୍ ଘରକୁ ଘର ବୁଲି ଭୋଟ ଦେବାକୁ ନିବେଦନ କରିଥିଲେ । ତାଙ୍କ ସହିତ ପାରିଷଦ ଦିଲ୍ଲିପ ସିଂହ,ସୁବାଷଚନ୍ଦ୍ର ସାହୁ ,ପ୍ରତିମା ମଂଜରୀ ସିଂହ,ଲାଲା ଅସ୍ୱିନୀ ରାୟ,ଏସ.କେ.ଟିକୋ,ଏସ.କେ ମୁନା,ଶିବ ଧଡା,ଏସ.କେ ଅବଦୁଲ,ରବି ନାୟକ,ଧୁର୍ବ ବେହେରା,ନିରମଲ୍ଲିକ,ମାନା ମଲ୍ଲିକ,କଂଗ୍ରେସ ନେତା ଅନୀଲ ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ଜଗତସିଂହପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ୍ ବିଶ୍ୱାଳଙ୍କୁ ଭୋଟଦେବା ପାଇଁ ଭୋଟର ଭାଇଭଉଣୀ ମାନଙ୍କୁ ଅନୁରୋଧ କରିଥିଲେ । କଂଗ୍ରେସର ପ୍ର·ର କାର୍ଯ୍ୟକ୍ରମରେ ଜନସାଧାରଣ ସ୍ୱତଃପ୍ରବୃତ ଭାବେ ସମର୍ଥନ କରି ବିଧାୟକ ପ୍ରାର୍ଥୀ ଶ୍ରୀ ବିଶ୍ୱାଳଙ୍କୁ ସ୍ୱାଗତ କରୁଥିବା ଜଣାପଡିଛି ।ଆଶ୍ଚର୍ଯ୍ୟରକଥା ମହିଳା ଭୋଟର ବେଶ୍ ଆକର୍ଷିତ ହେଉଥିବା ଦେଖିବାକୁ ମିଳିଛି ।

error: Thank You Keep Visiting