ଓଡିଶୋ ପଞ୍ଚାୟତରେ ବିଜେଡି କର୍ମୀ ସମ୍ମିଳନୀ ଓ ଭୋଟ ପ୍ରଚାର

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନସ୍ଥ ଓଡିଶୋ ଗ୍ରାମପଞ୍ଚାୟତରେ ବିଜେଡି କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ମନୋଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି,ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଂପାଦିକା କନକପ୍ରଭା ଲେଙ୍କା ,ଜିଲ୍ଲା ବିଜେଡି ଉପସଭାପତି ଦିପ୍ତି ଦାସ,ଓଡିଶୋ ପଞ୍ଚାୟତର ସରପଞ୍ଚ ଅହଲ୍ୟା ସେଠୀ,ସମିତି ସଭ୍ୟା ପୁଷ୍ପଲତା ମଲ୍ଲିକ,ପୂର୍ବତନ ସରପଞ୍ଚ ବିନାୟକ ପ୍ରସାଦ ଲେଙ୍କା,ଜିଲ୍ଲା ଯୁବଛାତ୍ର ସଂପାଦକ ସମ୍ବିତ ମହାନ୍ତ,ବିବେକାନନ୍ଦ ବେହେରା,କାଳନ୍ଦୀ ପତ.କୀରଣବାଳା ସାସମଲ ପ୍ରମୁଖ ଯୋଗଦେଇ ବିଜେପି ଓ କଂଗ୍ରେସ ଉଭୟ ଦଳ ଉପରେ ବର୍ଷିଥିଲେ । ନବୀନ ସରକାର ଓଡିଶାକୁ ବିକାଶ ଦିଗରେ ବହୁ ଆଗେଇନେଇଛନ୍ତି ।ପୁଣିଥରେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାପାଇଁ ଜଗତସିଂହପୁର ବିଧାନସଭା ବିଜୁଜନତାଦଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଓ ବିଜେଡି ସାଂସଦ ପ୍ରାର୍ôଥନୀ ଡ.ରାଜଶ୍ରୀ ମଲିକଙ୍କୁ ଆଗାମୀ ୨୯ତାରିଖରେ ଦୁଇଥର ଶଙ୍ଖ ଚିହ୍ନରେ ସୁଇଜ୍ ଦବେଇବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଗୋଚ୍ଛାୟତ,କିଶୋର ତ୍ରିପାଠୀ,ବିଜୟ ସ୍ୱାଇଁ,ଦିଲ୍ଲିପ ଦାସ,ମନୋଜ କୁମାର ସ୍ୱାଇଁ,ସନ୍ତୋଷ ଗୋଚ୍ଛାୟତ,ପ୍ରଦିପ୍ତ ଲେଙ୍କା,ହେମନ୍ତ ପ୍ରଧାନ,ସଂଜୟ ମହାନ୍ତି ପ୍ରମୁଖ ଯୋଗଦେଇ କହିଥିଲେ ନବୀନ ସରକାର ଦୀର୍ଘ୨୦ବର୍ଷ ଭିତରେ ବହୁ ବିକାଶ ମୂଳକ କାର୍ଯ୍ୟକରିଥିବାବେଳେ ସେଗୁଡିକୁ ତ୍ୱରାନ୍ନିତ କରିବାକୁ ହେଲେ ନବୀନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାସହ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଓ ସାଂସଦ ପ୍ରାର୍ଥୀନୀ ଡ.ରାଜଶ୍ରୀ ମଲ୍ଲିକ ଙ୍କୁ ସମସ୍ତେ ଭେଦଭାବ ଭୂଲି ଶଙ୍ଖ ଚିହ୍ନରେ ଭୋଟଦେବାକୁ ଆହରାନ ଦେଇଥିଲେ । ପରେ ପରେ ଅନ୍ୟଦଳ ପରିତ୍ୟାଗ କରି ବିନନ୍ଦା ପରିଡା ପରିବାର ,ନୃସିଂହ ପରିଡା ପରିବାର ଓ ଦ୍ୱାରିକା ନାଥ ବାରିକ ପରିବାର ବିଜେଡିରେ ସାମିଲ ହୋଇଥିଲେ । ସେମାନଙ୍କୁ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଓ ରାଜ୍ୟ ସଂପାଦିକା କନକପ୍ରଭା ଲେଙ୍କ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

error: Thank You Keep Visiting