ଇନ୍ଦୁପୁର ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତରେ ବିଜୁ ଜନତାଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଦଳର ପର୍ଯ୍ୟବେକ୍ଷକ ତଥା କଂଟାବାଞ୍ଝି ବିଧାୟକ ମହମ୍ମଦ ଆୟୁବ ଖାଁ ଯୋଗଦେଇ ସମସ୍ତ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ଏକାଠି ହୋଇ ଚଳିତ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ଓ ସାସଂଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇ ଆଣିବାକୁ ନିବେଦନ କରିଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା କହିଲେ ଯେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର କର୍ମଭୂମୀ କେନ୍ଦ୍ରାପଡାର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଏଠାରୁ ବିଜେଡି ଦଳର ବିଧାୟକ ଓ ସାସଂଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷ୍ୟକାର ସତ୍ୟନାରାୟଣ ସାହୁ,ବ୍ଲକ ବିଜେଡି ସଭାପତି ଆଲୋକ ସାହୁ,ଇନ୍ଦୁପୁର ସରପଂଚ ରୀନାରାଣୀ ମଲ୍ଲିକ,ସମିତିସଭ୍ୟ ସନ୍ତୋଷ କୁମାର ବେହେରା,ପୂର୍ବତନ ସରପଂଚ ବିଜନ ମଲ୍ଲିକ,ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ଶତାଧିକ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହି ଦଳର ଦୁଇପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜିତାଇବାକୁ ଆହ୍ୱାନ ଦେଇଥିଲେ । ସେହିପରି କେନ୍ଦ୍ରାପଡା ପୈାରସଂସ୍ଥା ଅନ୍ତର୍ଗତ ୧୨,୧୩,୧୪,୧୫ ଓ ୧୮ନମ୍ବର ୱାର୍ଡକୁ ନେଇ ଭାଷ୍କର ସିନେମାହଲ ନିକଟରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଦଳୀୟ ପର୍ଯ୍ୟବେକ୍ଷକ ତଥା କଂଟାବାଞ୍ଝି ବିଧାୟକ ମହମ୍ମଦ ଆୟୁବ ଖାଁ ଯୋଗଦେଇ ସମସ୍ତ କର୍ମୀମାନେ ଏକଜୁଟ ହୋଇ ଦଳର ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ଓ ସାସଂଦ ପ୍ରାର୍ଥୀ ଅନୁଭବଙ୍କୁ ବହୁ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ବିଜେଡି ସଭାପତି ସ୍ନେହପ୍ରଭା ତ୍ରିପାଠୀ,ସବିତା ସାହୁ,ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ଇନାୟତ(ଚନ୍ଦନ)ପୂର୍ବତନ କାଉନସିଲର ସେକ ରହେମତ,ରଞ୍ଜିତ ସାହୁ,ସେକ ସାବୀର,ଅକମଲ ଅଲ୍ଲୀ,ସେକ ସଲାଉଦ୍ଦିନ,ସେକ ନସିରୁଦ୍ଦିନ,ଚାନ୍ଦ ଖାନ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ସଙ୍କଳ୍ପ ନେଇଥିଲେ ।

error: Thank You Keep Visiting