ପାରାଦ୍ୱୀପ ବିଧାନସଭା ନିର୍ବାଚନ;ବଢୁଛି ସମ୍ପଦଙ୍କ ଜନସମର୍ଥନ

Straight to the Point

ପାରାଦ୍ୱୀପ : ଚଳିତ ବିଧାନସଭା ନିର୍ବାଚନରେ ପାରାଦ୍ୱୀପ ନିିର୍ବାଚନ ମଣ୍ଡଳୀରେ ହେଉଛି ତ୍ରିମୁଖୀ ଲଢେଇ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ୪ଜଣ ମଧ୍ୟ ନିର୍ବାଚନୀ ମଇଦାନରେ ଅଛନ୍ତି । ଅନ୍ୟତମ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଏଠାରେ ପ୍ରାର୍ଥୀ କରିଛି ଯୁବ ସଙ୍ଗଠକ ସମ୍ପଦ ସ୍ୱାଇଁଙ୍କୁ, ସମ୍ପଦ ପାରାଦ୍ୱୀପ ସମେତ କୁଜଙ୍ଗ, ତିର୍ତ୍ତୋଲ ଧୋୟା ଅଞ୍ଚଳରେ ନିଜର ପ୍ରଚାର ଜୋରଦାର କରିଛନ୍ତି । ସମ୍ପଦଙ୍କ ପାଇଁ ଷ୍ଟାର ପ୍ରଚାରକ ଅନୁ ଚୌଧୁରୀ ଓ ହରିହର ମହାପାତ୍ର ପ୍ରମୁଖ ଯୋଗଦେଇ ବାଇକ ରାଲି, ପଥପ୍ରାନ୍ତ ସଭାରେ ଯୋଗଦେଇ ସମ୍ପଦଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ସମ୍ପଦ ମଧ୍ୟ ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ଥାଇ ଯୁବକମାନେ ବହୁ ଭାବରେ ଯୁବକମାନେ ରହିଛନ୍ତି ସମ୍ପଦଙ୍କ ସହିତ । ସଭା ହେଉକି ରାଲି ସବୁଠାରେ ଦେଖିବାକୁ ମିଳୁଛି ସମ୍ପଦଙ୍କ ପ୍ରତି ପ୍ରବଳ ସମର୍ଥନ, ଗାଁ ଗହଳୀରେ ସମ୍ପଦଙ୍କୁ ମଧ୍ୟ ଜନ ସାଧାରଣ ବିପୁଳ ସମର୍ଥନ ଦେଉଛନ୍ତି ।

ଦଳ ଗତ ନିର୍ବିଶେଷରେ ସମର୍ଥନ ମିଳୁଛି ସମ୍ପଦକଙ୍କୁ । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ପ୍ରାର୍ଥେୟ କରି ଚଳିତ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି ସମ୍ପଦ । ତାଙ୍କର ବିଜୟ ପରେ ପାରାଦ୍ୱୀପ ଅଞ୍ଚଳରୁ ବେକାରୀ, ଗରିବୀ, ଦ୍ୱନୀତି ଦୂର କରିବା ପ୍ରଥମ କାର୍ଯ୍ୟ ହେବ ବୋଲି ସମ୍ପଦ କହିଛନ୍ତି । ସ୍ଥାନୀୟ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପ୍ରତି ସମର୍ଥନ ଅଧିକ ରହୁଥିବା ଦେଖିବାକୁ ମିଳୁଛି । ତିନି ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସମ୍ପଦକ ଏକମାତ୍ର ସ୍ଥାନୀୟ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ଘର ବାଲିକୁଦା ଏରସମା ଅଞ୍ଚଳରେ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସାର୍ଖେଲଙ୍କ ଘର ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଅଞ୍ଚଳରେ । ଏ ସବୁକୁ ଲକ୍ଷ୍ୟ କଲେ ସମ୍ପଦ ଯେ ପାରାଦ୍ୱୀପ ମାଟିର ପୁଅ ହୋଇଥିବାରୁ ତାଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିବା ସ୍ୱାଭାବିକ । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ, ପ୍ରତିବାଦ କରି ଜନସମର୍ଥନ ହାତେଇଥିବା ସମ୍ପଦ ଚଳିତ ନିର୍ବାଚନରେ ବିଜୟ ହେବେ ବୋଲି ଆଶାବାଦୀ ।

error: Thank You Keep Visiting