ଧାମରା ବନ୍ଦର ତତ୍ପରତା ପାଇଁ ଘରପୋଡିରୁ ବର୍ତ୍ତିଲା ୩ ଘର

Straight to the Point

ଭଦ୍ରକ: ଆଜି ଦିନ ସମୟରେ ଦୋସିଙ୍ଗା ପଂଚାୟତ ରବିନ୍ଦ୍ରନଗର ଗ୍ରାମର ଭାଗବତ ମଣ୍ଡଳଙ୍କ ଘର କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ତତ୍କାଳେ ଏହା ପାଶ୍ୱର୍ବର୍ତ୍ତୀ ଆଉ ୨ଟି ଘରକୁ ବ୍ୟାପି ଯାଇôଥଲା । ଧାମରା ବନ୍ଦର କର୍ତ୍ତୃପକ୍ଷ ଏହାର ଖବର ପାଇବା ମାତ୍ରେ ସିଦ୍ଧାର୍ଥ ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ୭ ଜଣିଆ ଦଳ (ଅଗ୍ନିଶମ ଓ ସୁରକ୍ଷା ବିଭାଗ) ଘଟଣା ସ୍ଥଳରେ ପହଞ୍ôଚ ନିଆଁ ଲିଭାଇଥିଲେ ।

ଧାମରା ପୋର୍ଟ ତରଫରୁ ନିଆଯାଇଥିବା ଏହି ତୁରନ୍ତ ପଦକ୍ଷେପ ପାଇଁ ସାଧାରଣ ଗ୍ରାମବାସୀ, ବୁଦ୍ଧିଜୀବୀ, ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ସାଧୁବାଦ ଜଣାଇଛନ୍ତି । କେଉଁ କାରଣରୁ ଏହି ନିଆଁ ଲାଗିଲା, ସେ ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ଏହି ଘଟଣାରେ କୌଣସି ଜୀବନ ହାନି ହୋଇନାହିଁ । ଏହି ଗୃହରେ ଦୁଇଟି ପରିବାର ବସବାସ କରୁଥିଲେ । ଏହି ଘରପୋଡି ସମୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ବହୁ ଜୋରରେ ଶବ୍ଦ ହୋଇଥିଲା । କୌଣସି ବଶତଃ ଧାମରା ବନ୍ଦର ଅଗ୍ନିଶମ କର୍ମଚାରୀ ବହୁ ପରିଶ୍ରମ କରି ଏହି ନିଆଁକୁ ଆୟତ୍ତ କରିଥିଲେ ।

error: Thank You Keep Visiting