କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ, ଶାସନର ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ବଳଦେବ ଜୀଉଙ୍କ ଦର୍ଶନ
କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ରୋଡଶୋ ମାଧ୍ୟମରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ସହିତ ଭୋଟ ଭିକ୍ଷା କରିଥିବାର ଦେଖାଯାଇଛି । ରାଜ୍ୟ ଶାସନର ୧୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରି ତାଙ୍କ ଶରଣାପନ୍ନ ହୋଇ ଆଶିର୍ବାଦ କାମନା କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଶୁକ୍ରବାର ପୂର୍ବାହ୍ନରେ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ରୋଡଶୋ କରିବା ସହିତ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକର କୋରୁଆ ଓ ଗରଦପୁର, ମାର୍ଶାଘାଇ ବ୍ଲକର ବିଭିନ୍ନ ଗ୍ରାମ ଗୁଡିକରେ ରୋଡଶୋ କରି ସ୍ଥାନୀୟ ଅଞ୍ଚଳର ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ଅନୁଭବଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ଏହାପରେ ଚାନ୍ଦୋଳ ଦେଇ ଡେରାବିଶ,ଛତା ହୋଇ କେନ୍ଦ୍ରାପଡା କଲେଜଛକରେ ପହଁଚି ସେଠାରୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ବିଜେଡିର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ଓ ସାସଂଦ ପ୍ରାର୍ଥୀ ଅନୁଭବଙ୍କ ସପକ୍ଷରେ ସେ ଭୋଟ ପ୍ରଚାର କରିଥିଲେ । ଜଣ୍ଟିଲୋସ୍ଥିତ ଡାକ ବଙ୍ଗଳାରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରି ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ଗୁଲନଗର ଛକ ଦେଇ ଇନ୍ଦୁପୁର, ଘାଘରା, ସାନମାଣିତିଆ, ଚଉଦକୁଲାଟ, ଗୋଗୁଆ ଛକ ଦେଇ ପଟ୍ଟାମୁଣ୍ଡାଇ, ଆଳି ଓ ଶେଷରେ ରାଜକନିକାକୁ ଯାଇ ସେଠାରେ ରୋଡ ଶୋ କରି ଭୋଟ ପ୍ରଚାର କରିବା ପରେ ଭୂବନେଶ୍ୱର ଫେରିଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଲକ୍ଷ୍ୟ କରି ଜିଲ୍ଲାରେ ଦଳ ପକ୍ଷରୁ ବହୁ ହେଭିୱେଟ ନେତାଙ୍କ ଡେରା ପଡିଛି । କୋରେଇ ବିଧାୟକ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଶାରଦା ନାୟକ, ସୁଜାତା ପାଣ୍ଡିଆନଙ୍କ ସହିତ ୧ ଡର୍ଜନରୁ ଉଦ୍ଧ୍ୱର୍ ରାଜ୍ୟ ସ୍ତରୀୟ ହେଭିୱେଟ ନେତା ୨ ଦିନ ହେଲା କେନ୍ଦ୍ରାପଡାରେ ଡେରା ପକାଇ ରହିଛନ୍ତି । ସେମାନଙ୍କୁ କିପରି ଦଳ ନିକଟକୁ ଆକୃଷ୍ଟ କରାଯିବା ସେ ସଂପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ ଶୋ ରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କ ସହିତ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବିଧାୟକ କିଶୋର ଚନ୍ଦ୍ର ତରାଇ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସ୍ନେହପ୍ରଭା ତ୍ରିପାଠୀ, ଦୁର୍ଗାଶିଷ ମହାନ୍ତି, ସେକ ଚନ୍ଦ୍ନ , ନିଶିକାନ୍ତ ପ୍ରଧାନ, ଧୃବ ସାହୁ, ଧୀରେନ କୁମାର ସାହୁ, ହିରଣ୍ୟ କୁମାର ପଣ୍ଡା, ରାଜେଶ ପଣ୍ଡା, ଦେବଦାସ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତୃ ସ୍ଥାନୀୟ ଦଳୀୟ ନେତା ଉପସ୍ଥିତ ଥିଲେ । ଦୀର୍ଗ ୧୯ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବଳଦେବଜୀଉ ଦର୍ଶନ ମନେ ପଡିଥିବାରୁ ସାଧାରଣରେ ଆଲୋଚନା ହେଉଛି । ଏହା ତାଙ୍କର ପ୍ରକୃତରେ ବଲଦେବ ଦର୍ଶନ ନା ଭୋଟ ପ୍ରଚାରକୁ ଆସି ବଳଦେବଜୀଉଙ୍କ ଶରଣାପନ୍ନ ହେବା ତାହା ଆଗାମୀ ସାଧାରଣ ନିର୍ବାଚନରେ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ଏହି ଶୋଭାଯାତ୍ରାରେ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ବେହରା, ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି, ଦଳୀୟ ପର୍ଯ୍ୟବେକ୍ଷକ ତଥା କଣ୍ଟା ବାଞ୍ôଝ ବିଧାୟକ ମହମ୍ମଦ ଆୟୁବ ଖାଁ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା ,ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ,ରାଜ୍ୟ ବିଜେଡି ସଂଖ୍ୟା ଲଘୁସେଲ୍ ସମ୍ପାଦକ ସେକ୍ ଅବଦୁଲା ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ, ମହେନ୍ଦ୍ର ମିଶ୍ର, ସରୋଜ କାନ୍ତ ସାହୁ, ଲୋହିତ ମହାନ୍ତି, ଦୁଷ୍ମନ୍ତ ମଲିକ, ସେକ୍ ଚନ୍ଦନ, ସେକ୍ ମତୁ ,ଶକ୍ତି କାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।