ଦାଣ୍ଡିସାହିରେ ବିଜେଡିର ମହିଳା ସମାବେଶ

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଦାଣ୍ଡିସାହିରେ ବିଜୁ ଜନତାଦଳ ପକ୍ଷରୁ ଏକ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦଳୀୟ ପର‌୍ୟ୍ୟବେକ୍ଷକ ତଥା କଂଟାବାଞ୍ଝି ବିଧାୟକ ମହମ୍ମଦ ଆୟୁବ ଖାଁ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାଲୁ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ଓ ସାସଂଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା କହିଲେ ଯେ କେନ୍ଦ୍ରାପଡାର ବିକାଶ ପାଇଁ ନବୀନବାବୁଙ୍କୁ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ କେନ୍ଦ୍ରାପଡାରେ ବିଜେଡିର ବିଧାୟକ ପ୍ରାର୍ଥୀ ଓ ସାସଂଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ବିଜେଡି କାର‌୍ୟ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି,ଜିଲ୍ଲା ମହାସଚିବ ନିଶିକାନ୍ତ ପ୍ରଧାନ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ସ୍ଥାନୀୟ ସରପଂଚ,ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ବିଜେଡି ଦଳର ବିଧାୟକ ଓ ସାସଂଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ସମାବେଶରେ ୫ହଜାରରୁ ଉଦ୍ଧ୍ୱର୍ ମହିଳାମାନେ ଯୋଗଦେଇଥିଲେ ।

error: Thank You Keep Visiting