ବିଜେପି ବିଧାୟକ ପ୍ରାର୍ଥୀ ସୁନାକରଙ୍କ ସହିତ ସମ୍ବିତ ପାତ୍ରଙ୍କ ରୋଡ ଶୋ

Straight to the Point

କେନ୍ଦ୍ରାପଡା: ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ସୁନାକର ବେହେରା ଆଜି ୬ନମ୍ବର ଜିଲ୍ଲା ପରିଷଦ ଜୋନରେ ଏକ ରୋଡଶୋରେ ନିର୍ବାଚନୀ ପ୍ରଚାର କରିଥିବାର ଦେଖାଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହିତ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଏବଂ ଅନେକ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗଦେଇ ବିଜେପି ପ୍ରାର୍ଥୀ ସୁନାକର ବେହେରା ଓ ସାସଂଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଦୁହୁରିଆ ଠାରୁ ୫ଶହରୁ ଉଦ୍ଧ୍ୱର୍ ବାଇକ ରାଲିରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜମଧର, ବାଲିଆ, ଭାଗବତପୁର, ଚକ୍ରୋଡା, ଭରତପୁର, ଶ୍ୟାସୁନ୍ଦରପୁର, ବଗଡା ଓ କଳପଡା ପ୍ରଭୃତି ପଂଚାୟତରେ ମଧ୍ୟ ଦଳୀୟ ନିର୍ବାଚନ ପ୍ରଚାର ରୋଡ ଶୋ ମାଧ୍ୟମରେ କରିଥିଲେ ।

error: Thank You Keep Visiting