ପାରାଦ୍ୱୀପ ବିଧାନ ସଭା ନିର୍ବାଚନ,ନେଇ ପାରେ ରୋଚକ ମୋଡ

Straight to the Point

ପାରାଦ୍ୱୀପ: ଚତୁର୍ଥ ପ୍ରର୍ଯ୍ୟାୟ ନିର୍ବାଚନ ଅନ୍ତିମ ଦିନ ସରି ଯାଇଛି । ପାରାଦ୍ୱୀପ ନିର୍ବାଚନ ମଭଣ୍ଡଳୀ ଏକ ସ୍ୱତନ୍ତ୍ର ତଥା ଅଭିନ୍ନ । ୩ ଦଳୀୟପ୍ରାର୍ଥୀ ଯଥା ବିଜେପିରୁ ସମ୍ପଦ ସ୍ୱାଇଁ, ବିଜେଡିରୁ ସମ୍ବିତ ରାଉତରାୟ, କଗ୍ରେଂସରୁ ଅରିନ୍ଦମ ସର୍ଖେଲ ନିଜ ନିଜର ପ୍ରଚାର ଭୋଟ ଭିକ୍ଷା, କେନ୍ଦ୍ର ଓ ରାଜ୍ୟ ଓ ପାରାଦ୍ୱୀପ କ୍ଷେତ୍ର ପାଇଁ କିଏ କେତେ ପ୍ରତିଶୃତି ପ୍ରତିଜ୍ଞା ଭାଷଣ ମାଧ୍ୟମରେ, ପୋଷ୍ଟର ବ୍ୟାନର ଓ ଗଣ ମାଧ୍ୟମ ଦ୍ୱାରା କରିବାର ଅନ୍ତିମ ଦିନ ସରିଯାଇଛି । ଯାହାକି ଆସନ୍ତା ୨୯ ତାରିଖ ଦିନ ସମସ୍ତଙ୍କ ଭାଗ୍ୟ ଇଭିଏମ ମେସିନରେ କୟଦ ହୋଇ ରହିଥିବ ମେ ୨୩ ତାରିଖ ପର୍ଯ୍ୟନ୍ତ । ସେହିପରି ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ୩ ଦଳୀୟ ପ୍ରାର୍ଥୀଙ୍କ ସହିତ ସ୍ୱାଧିନ ପ୍ରାର୍ଥୀ ଶ୍ରବଲ୍ଲଭ କର (ବୁଲୁଭାଇ) ନିଜର ପ୍ରାର୍ଥୀପତ୍ର ଦାଖଲ ଦିନ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ଅଭିନ୍ନ ଢଙ୍ଗରେ ଅନ୍ୟ ପ୍ରାର୍ଥୀଙ୍କ ପ୍ରଚାର ଶୈଳୀ ଠାରୁ ବହୁ ଦୂରତା ଅବଲମ୍ବନ କରି ଭୋଟ ଭିକ୍ଷା କରି ଭୋଟରଙ୍କ ହୃଦୟରେ ସ୍ଥାନ ପାଇ ବହୁଳ ଜନ ସମର୍ଥନରେ ସାମିଲ ହୋଇ ଥିବା ସାଧାରଣରେ ଆଲୋଚନା ହେଉଛି ।
ବିଜେପି ପ୍ରାର୍ଥୀ ସଂପଦ ସ୍ୱାଇଁ ପଦ୍ମ ଫୁଲ ଚିହ୍ନରେ ମର୍ଯ୍ୟଦାପୂର୍ଣ୍ଣ ପାରାଦ୍ୱୀପ ନିର୍ବାଚନ ମଣ୍ଡଳରେ ନୂଆ ମୁହଁ ଭାବେ ଜାତୀୟ ଦଳର ଚିହ୍ନରେ ଉଚ ଶିକ୍ଷିତ ଯୁବକ ଭାବେ ଦୀର୍ଘ ୧ ବର୍ଷ ହେବ ଚିହ୍ନ, ନରେନ୍ଦ୍ର ମୋଦୀଙ୍କ ନିତି ଆଦର୍ଶ, ବିକାଶ ଯୋଜନା, ଅମିତ ଶାହାଙ୍କ ରାଷ୍ଟ୍ରୀୟ ପରିଯୋଜନା ଓ ଓଡିଆ ପୁଅ ଧମେନ୍ଦ୍ରଙ୍କ ପୂର୍ଣ୍ଣ ସହାୟତାର ଚାବିକାଠି ନେଇ ପ୍ରତି ଘରେ ଘରେ ୱାର୍ଡରେ , ଗ୍ରାମ ପଂଚାୟତ ସ୍ତରରେ, ବ୍ଲକ ସ୍ତର ଓ ଜୋନ ୱାର୍ଡୱାରୀ ନିଜ ନାମକୁ ପହଂଚାଇ ପାରିଥିବା ଯୋଗୁଁ ପ୍ରାର୍ଥୀ ହେବା ପରେ ସେହି ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ଯିବା ସହିତ ଚଳିତ ନିର୍ବାଚନୀ ରଣ କ୍ଷେତ୍ର ପ୍ରସ୍ତୁତି ରୋଡ ସୋ, ଷ୍ଟାର ପ୍ରଚାରଙ୍କ ଦ୍ୱାରା ଭୋଟ ଭିକ୍ଷା ପୁରୁଖା , ଅଭିଜ୍ଞ ହେବି ୱେଟଙ୍କ ଭାଷଣ, ଭୋଟର ମାନଙ୍କୁ ବେଶ ବହୁଳମାତ୍ରାରେ ପ୍ରଭାବିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏପରି କି ମୁକୁଟ ପିନ୍ଦିବା ଦଳ ଆଶା ରଖିଛି ।
ସେହି ପରି ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଶଂଖ ଚିହ୍ନରେ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ନିଜେ ଏକ ରାଜନୈତିକ ପରିବାର ଡଃ ଦାମୋଦର ରାଉତଙ୍କ ପୁତ୍ର ଅଟନ୍ତି । ଚଳିତ ନିର୍ବାଚନରେ ପିତା ଦୀର୍ଘ ୪୦ ବର୍ଷ ଧରି ଆଂଚଳିକ ଦଳ ବିଜେଡିର ମନ୍ତ୍ରୀ ପଦ ହାତେଇ ଚର୍ଚ୍ଚିତ ବୟାନ ଯୋଗୁଁ ଦଳରୁ ବିତାଡିତ ହେବା ପରେ ଅନ୍ୟ ଜାତୀୟ ଦଳ ଓ ଅନ୍ୟ ସଯତାନରେ ପ୍ରାର୍ଥୀ ହୋଇଥିବା ଯୋଗୁ ପୁତ୍ର ରାଜ୍ୟ ଶାସକ ଦଳରେ ପ୍ରାର୍ଥୀତ୍ୱକୁ ନେଇ ଓ ସମ୍ବିତକୁ ସମର୍ତନ ଜଣାଇବା ବା ନ ଜଣାଇବାକୁ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଥେô÷ବା ବେଳେ କାହିଁ କେଜାଣି ଉଭୟେ ପିତା ଓ ପୁତ୍ରଙ୍କ ରାଜନୈତିକ ଯୁଦ୍ଧ ଶେଷ ହୋଇ ଯିବ ନାହିଁ ତ? ତାହା ସମୟ କହିବ । ତଥାପି ସେଥି ପ୍ରତି ଭୁକ୍ଷେପ ନ କରି ସମ୍ବିତ ନିଜର ସମସ୍ତ ବଳ, ପାଠ ଗଣିତ ଲଗାଇ ହେବି ୱେଟ ନେତା ପାରାଦ୍ୱୀପରେ ଡେରା ପକାଇ ଇକ୍ୟୁଏସନ ଓ ପୁରୁଣା ରାଜନିତି ଅଭିଜ୍ଞତା ଉପଯୋଗ କରିଚାଲିଛନ୍ତି ।
ସେହିପରି ଭାବେ କଂଗ୍ରେସ ଦଳରୁ ଅରିନ୍ଦମ ସର୍ଖେଲ ହାତ ଚିହ୍ନର ଲୋଗୋ ନେଇ ନିର୍ବାଚନରେ ଅବର୍ତିନ ହୋଇଛନ୍ତି । କିଛି ମାସ ପୂର୍ବରୁ ନିଜର ଅନୁପସ୍ଥିତ ରେ ନିଜର ସହଧର୍ମିଣୀ ବାପିଙ୍କ ସ୍ଥାନ ପୂରଣ କରିବାରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । କିନ୍ତୁ ଏକ ଜାତୀୟ ଦଳ ହୋଇଥିବା ହେତୁ ଦଳର ହେବି ୱାଟଙ୍କ ଅନୁପସ୍ଥିତି, ଜିଲ୍ଲା ଲୋକ ସଭା ପ୍ରାର୍ଥୀନୀଙ୍କର କୈାଣସି ପ୍ରଚାରରେ ଯୋଗ ନ ଦେବା ତତ୍ ସହିତ ପ୍ରଥମରୁ ବ୍ୟବସାୟ, (ଠିକାଦାର), ପରେ ଶ୍ରମିକ ନେତା ଓ ବର୍ତମାନରେ ଗତ ବିଧାନ ସବା ଠାରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହେବା ଓ ଚଳିତ ନିର୍ବାଚନରେ ନିଜର ଅୟମାରାମ୍ବ କୟାରିୟରର ସମସ୍ତ ଉପେଯାଗ କରି ଦବଦବା ଜାହିର କରିବା ନିଜ ସପକ୍ଷରେ ନିଜେ ମତ ରଖିବା ସହିତ ସାଧାରଣରେ ଯେହେତୁ ଅଂଚଳ ପୁଅ ନୁହେଁ ବାହାରୁ ଆସିଥିବା ଯୋଗୁ ସହଜରେ ଭୋଟରମାନେ ଗ୍ରହଣ କରିପାରୁନ ଥିବା ଚର୍ଚା ଜୋର ଧରିଛି ।
ଚଳିତ ର୍ନିର୍ର୍ର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ଜନ ମତ ଏକ ମିରାକିଲ ହୋଇ ପାରେ । ଶ୍ରୀ କରଙ୍କ ଜାହାଜ ଚିହ୍ନ, ଜନତା ଦର୍ଶନ ଏକ ଉତମ ପଦକ୍ଷେପ ନେବେ ବୋଲି ଘର ଘର ବୋଲି ପ୍ରତିଜ୍ଞା କରିବା ବେଶ୍ ସାଧରାଣରେ ନିଜର ପ୍ରଚାର ଶୈଳୀ ଆଦୁତ ହୋଇ ପାରିଛି । ନିଜର ଅମାୟୀକ ପ୍ରଚାରରେ ନିଜେ ସନ୍ତୋଷ ଲାଭ କରିଛନ୍ତି ବୋଲି ନିଜେ ମତ ଦେଇଛନ୍ତି । ନିଜର ପ୍ରଚାର ଶୈଳୀ ପରିବାର ବାଦ ରାଜନୀତି ଓ ବାହାରୁ ଆସିଥିବା ବ୍ୟକ୍ତିଙ୍କ ରାଜନିତୀଙ୍କୁ କଡା ଭାବେ ସମାଲୋଚବନା କରୁଥିବା ଭୋଟର ଓ ଜନତାଙ୍କ ଦ୍ୱାରା ନିଜେ ପ୍ରଭାବିତ କରାଇବା ଓ ଅନ୍ୟ ବୁଦ୍ଦିଜିବୀ, ଚିନ୍ତାଶୀଳ, ଅସନ୍ତୁଷ୍ଟ ଭୋଟର ନିଶ୍ଚୟ ଭାବେ ଶ୍ରୀ କରଙ୍କ ବାକ ପଟୁତାରେ ଭୂୟସୀ ଆଦୁତ ହୋଇ ପାରିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଫଳାଫଳ ଅଲଗା ହୋଇପାରେ ବୋଲି ସାଧାରଣରେ ଚର୍ଚା ହେଉଛି ।

error: Thank You Keep Visiting