ପ୍ରଚାର ଶେଷ ଦିନରେ,ଯାଜପୁର ଲୋକସଭା ବିଜେପି ପ୍ରାର୍ଥୀ ଅମୀୟ ମଲ୍ଲିକଙ୍କ ଜୋରଦାର ପ୍ରଚାର

Straight to the Point

ଯାଜପୁର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପ୍ରଚାରରେ ଶେଷ ଦିନରେ ଯାଜପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ୍ ତାଙ୍କର ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । ନିର୍ବାଚନ ପ୍ରଚାରର ଶେଷ ଦିନରେ ଯାଜପୁର ଜିଲ୍ଲାକୁ ବିଜେପିର ବହୁ କେନ୍ଦ୍ରୀୟ ନେତା ନିର୍ବାଚନ ପ୍ରଚାରରେ ଆସି ସାଂସଦ ପ୍ରାର୍ଥୀ ଅମୀୟ ମଲ୍ଳିକ ଓ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂ ଙ୍କ ସହ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯାଜପୁର ଜିଲ୍ଲାରେ ସାଂସଦ ପ୍ରାର୍ଥୀ ଅମୀୟ ମଲ୍ଲିକ ଓ ଅନ୍ୟ ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମାରାଥନ୍ ପ୍ରଚାର କରିଛନ୍ତି । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶେଷକୁ ବୈଭବ ଶାଳୀ ଓ ବିଶ୍ୱଗୁରୁ ଆସନରେ ଅଧିଷ୍ଠିତ କରାଇବାକୁ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ୫ବର୍ଷରୁ କମ୍ ସମୟ ମଧ୍ୟରେ ମୋଦି ବହୁ ଜନ କଲ୍ୟାଣକାରୀ ଯୋଜନା ଦେଶରେ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଓଡ଼ିଶାର ସରକାର ବହୁ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକରୁ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ । ବିକାଶ ପୁରୁଷ ନରେନ୍ଦ୍ର ମୋଦି ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ଯାଜପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଛନ୍ତି ବୋଲି ସାଂସଦ ପ୍ରାର୍ଥୀ ଅମୀୟ ମଲ୍ଲିକ୍ ପ୍ରକାଶ କରିବା ସହ ମୁଁ ଜଣେ ଶୃଙ୍ଖଳିତ ପୂର୍ବତନ ସୈନିକ ଭାବେ ମୋଦିଜୀଙ୍କର ସ୍ୱପ୍ନର ନୂତନ ଓଡ଼ିଶା ଗଠନ କରିବାକୁ ଯାଜପୁର ବାସୀ ଆଶିର୍ବାଦ କରିବାକୁ ଶ୍ରୀ ମଲ୍ଲିକ ନିବେଦନ କରିଛନ୍ତି । ପ୍ରଚାରର ଶେଷ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ରୋଡ଼୍ ସୋ ଓ ମଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା ।

error: Thank You Keep Visiting