ବିଷ୍ଣୁ ଦାସଙ୍କୁ ବିପୁଳ ସଂଖ୍ୟା ଭୋଟରେ ବିଜୟୀ କରିବାକୁ ମହିଳା ଓ ବିଜେଡି କର୍ମୀଙ୍କ ଶପଥ

Straight to the Point

ଜଗତସିଂହପୁର: ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ୫୦ହଜାରରୁ ଉଦ୍ଧ୍ୱର୍ ଭୋଟରେ ବିଜୟୀ କରିବାକୁ ହଜାର ହଜାର ମହିଳା ଓ ବିଜେଡି ନେତା ଓ କର୍ମୀ ଆଜି ଜଗତସିଂହପୁର ଜିଲ୍ଲାର କୋରକୋରା ଠାରେ ଥିବା ପ୍ରସିଦ୍ଧ ଶୈବପୀଠରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ଶପଥ ନେଇଥିଲେ ।ଏହି ସଭାରେ ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ ସଭାପତିତ୍ୱ କରି ଆସନ୍ତା ୨୯ତାରିଖ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ସର୍ବାଧିକ ଭୋଟରେ ବିଜୟୀ କରାଇଲେ ଏହି ବ୍ଲକ ଓଡିଶାରେ ୧ନଂ ବ୍ଲକ ଭାବେ ଗଢିଉଠିବ ବୋଲି କହିଥିଲେ । ଏଥିରେ ସରପଂଚ ପ୍ରମୋଦ କୁମାର ଜେନା ଯୋଗଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଓ ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ବିପୁଳ ପରିମାଣରେ ଭୋଟଦେଇ ବିଜୟୀ କରିବାକୁ ଉପସ୍ଥିତ ହଜାର ହଜାର ମହିଳାମାନଙ୍କୁ ନିବେଦନ କରିଥିଲେ । ଏଥିରେ ବିଜେଡି ଯୁବନେତା ସଂଜୟ କୁମାର ବିଶ୍ୱାଳ ଯୋଗଦେଇ ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠାତା ତଥା ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ଓ ସାଂସଦ ପ୍ରାର୍ଥୀନିଙ୍କୁ ହଜାର ହଜାର ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଏଥିରେ ବିଜେଡିନେତା ହେମନ୍ତ କୁମାର ସାହୁ,ସୁବାସଚନ୍ଦ୍ର ଦାସ,ଚନ୍ଦ୍ରମଣି ବରାଳ,ନିର୍ମଲ କୁମାର ଦାସ,ଗୌରୀଶଙ୍କର ସ୍ୱାଇଁ,କୃଷ୍ଣଚନ୍ଦ୍ର ମହାନ୍ତି,ଜିତେନ୍ଦ୍ର ଦାସ,ଯଶୋବନ୍ତ ବେହେରା,ବସନ୍ତ ନାୟକ,ସଂଜୟ କୁମାର ସାହୁ,ସୋମନାଥ ସେଠୀ,ସୁଶାନ୍ତ କୁମାର ସାହ,କ୍ଷୀରୋଦ ବେହେରା,ରବିନ୍ଦ୍ର ଭୋଇ,ାଜୟ ବେହେରା,ଭୋଳାଶଙ୍କର ବେହେରା,ସୁମନ୍ତ ପ୍ରଧାନ,ସ୍ୱର୍ଣ୍ଣପ୍ରଭା ମ,ହାନ୍ତି,ିରିତା ସାହୁ,ଲତିକା ବେହେରା,ଶାନ୍ତିଲତା ବେହେରା,ଜ୍ୟୋସ୍ନ ଦାସ,ସଂଯୁକ୍ତା ମହାନ୍ତି,ଗୀତାଞଳି ରାଉତ,ମୋନାଲିସା ରାଉତ,ଝୁନୁ ଦାସ,କମଳା ବେହେରା,ଜାନକୀ ରାଉତ,କଲ୍ୟାଣୀ ମହାନ୍ତି,ଜ୍ୟୋସ୍ନାରାଣୀ ବେହେରା,ମିନତୀ ଦାସ,ଶୋଭାରାଣୀ ସ୍ୱାଇଁ,ରଂଜିତା ବାରିକ,ପାର୍ବତୀ ବେହେରା,ରାଧିକା ସେନାପତି,ବୀଣା ସାହୁ.ମାଧୁରୀ ବାରିକ,ଲିଲି ବାରିକ,ମୀନା ବେହେରା,ଝୁନିଲତା ଦଳେଇ ପ୍ରମୁଖ ଯୋଗଦେଇ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସ ଓ ସାଂସଦ ପ୍ରାର୍ଥୀନିଙ୍କୁ ଶଙ୍ଖ ଚିହ୍ନରେ ୨ଥର ଭୋଟଦେଇ ରେକର୍ଡ ସଂଖ୍ୟାରେ ବିଜୟୀ କରିବାକୁ ଉପସ୍ଥିତ ହଜାର ହଜାର ମହିଳା ଓ ବିଜେଡି କର୍ମୀଙ୍କୁ ନିବେଦନ କରିଥିଲେ ।

error: Thank You Keep Visiting