‘ଫନୀ’ର ପ୍ରଭାବ; ଗ୍ରାମରେ ବିଜୁଳି ସେବା ସ୍ବାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମର ଯୁବକ

Straight to the Point

ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନବଗଠିତ ତେନ୍ତୁଲିପଦା ପଞ୍ଚାୟତର ଆହାଣା ଗ୍ରାମ। ବାତ୍ୟା ‘ଫନୀ’ ସମୟରେ କୋୖଣସି ଧନ ଜୀବନ ହାନୀ ଘଟି ନଥିବା ନଜରକୁ ଆସିଛି। ଇତି ମଧ୍ୟରେ ଦୀର୍ଘ ୬ ଦିନ ଅତି ବାହିତ ହୋଇଯାଇଛି। ଏହି ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ବ ଜନ ସମୂହ ବସବାସ କରନ୍ତି। ବାତ୍ୟା’ଫନି’ ସମୟରେ ଅନେକ ବିଜୁଳି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି କରାଳ ଅନ୍ଧକାରରେ ଫସି ରହିଥିବା ଗ୍ରାମବାସୀଙ୍କ ମଧ୍ୟରେ ଆଲୋକର ଏକ ଆଶା ଭରି ଦେଇଛନ୍ତି ସ୍ଥାନୀୟ କିଛି ଯୁବକ। ସ୍ଥାନୀୟ ଯୁବକଙ୍କ ସମେତ ପ୍ରଶାସନ ସହଯୋଗରେ ଆହାଣା ଗ୍ରାମର ଯୁବକ ମାନେ ଭାଙ୍ଗି ପଡ଼ିଥିବା ଖୁଣ୍ଟ କୁ ବାହାର କରିବାସହ ନୂତନ ବିଜୁଳି ଖୁଣ୍ଟ ସ୍ଥାନିତ କରିବାକୁ ଜୋର ଦାର ଉଦ୍ୟମ ଚଳାଇଛନ୍ତି। ଏହି ଜନହିତକର କାର୍ଯ୍ୟ ରେ ଉକ୍ତ ଗ୍ରାମର ଯୁବନେତା ବୁଢ଼ା ସେଣ, ସୁରେନ୍ଦ୍ର ଲେଙ୍କା, ଜିତେନ୍ଦ୍ର ସେଣ, ରାଜା ମହାନ୍ତି , ସେନ୍ତେରା ପାଳ, ବାବୁଜୀ ଲେଙ୍କା, ବିଶ୍ବଜିତ ମହାନ୍ତି, ରନି, ମଣ୍ଟୁ ସେଣ୍ଟ ପ୍ରମୁଖ ସହୃଦୟତାର ସହିତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବ୍ୟାଙ୍କିଙ୍ଗ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି। ଯାହାଫଳରେ ସାଧାରଣ ଖର୍ଚ୍ଚ ସହ ଅନଲାଇନ ପେସେଣ୍ଟ ସେବା ମଧ୍ୟ ଠପ୍ ହୋଇଯାଇଛି।

error: Thank You Keep Visiting