ମହାବାତ୍ୟାରେ ଭାଙ୍ଗି ଯାଇଥିବା ଘରର ତଦନ୍ତ କରାଯାଉନାହିଁ

Straight to the Point

ଜଗତସିଂହପୁର: ଫନି ମହାବାତ୍ୟାରେ ଭାଙ୍ଗି ଯାଇଥିବା ଘର ଗୁଡିକର ତଦନ୍ତ କରାଯାଉନାହିଁ ।ଯାହାଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାବାତ୍ୟା ଯିବା ୧୧ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ କରାଯାଇନାହିଁ ।ରଘୁନାଥପୁର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରା.ପ.ର ଜଗନ୍ନାଥପୁୟର ଗ୍ରାମର ଶାରଦା ପ୍ରସାଦ ପଣ୍ଡାଙ୍କ ସ୍ତ୍ରୀ ମଂଜୁଲତା ପଣ୍ଡାଙ୍କର ମାଟିକାନ୍ଥ ଛଣଛପର ଘରଟି ମାଟିରେ ମିଶିଯାଇଛି ।ସେହିପରି ଏହି ଜଗନ୍ନାଥପୁର ଗ୍ରାମର ବୀରକିଶୋର ପଣ୍ଡାଙ୍କର ମାଟିକାନ୍ଥ ଛଣଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି ।ସେହିପରି ସ୍ୱର୍ଗତ ସୁରେନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ସୁଷମା ପଣ୍ଡାଙ୍କର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଅଛି ।ରଘୁନାଥପୁର ତହସିଲ ଅନ୍ତର୍ଗତ ରଘୁନାଥପୁର ଗ୍ରା.ପ.ର ଚାନ୍ଦପୁର ଗ୍ରାମର ତପନ କୁମାର ସାହୁଙ୍କ ଘରଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।ଏହି ଚାନ୍ଦପୁର ଗ୍ରାମର ବାବାଜୀ ଭୋଇ,ମଙ୍ଗୁ ଭୋଇ,ଅଜୁ ଭୋଇଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଅଛି । ସେହିପରି ଏରଡଙ୍ଗା ପଂଚାୟତରେ ବହୁ ଅଭିମନ୍ୟୁ ସାମଲଙ୍କର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଅଛି ।ସେହିପରି ଏହି ତହସିଲ ଅଂଚଳରେ ବିଭିନ୍ନ ଗ୍ରାମରେ ଶହଶହ ଲୋକଙ୍କର ଘର ଭାଙ୍ଗି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ କରାଯାଉନାହିଁ ।ଯାହାଫଳରେ ଲୋକମାନେ ଉତ୍ୟକ୍ତ ହୋଇ ତହସିଲ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

error: Thank You Keep Visiting