ଫନୀ ମହାବାତ୍ୟାରେ ସରସ୍ୱତୀ ସଂସ୍କୃତ ମହିଳା ମହାବିଦ୍ୟାଳୟ ଧୂଳିସାତ

Straight to the Point

ଜଗତସିଂହପୁର:ଫନି ମହାବାତ୍ୟାରେ ରଘୁନାଥପୁର ବ୍ଲକର ଗୁଆଳିପୁର ଗ୍ରା.ପ.ରେ ବର୍ତୀ ଠାରେ ଥିବା ସରସ୍ୱତୀ ସଂସ୍କୃତ ମହିଳା ମହାବିଦ୍ୟାଳୟ ଶ୍ରେଣୀଗୃହ ଓ ଅଫିସ ଗୃହ ଧୂଳିସାତ ହୋଇଯାଇଛି ।ପ୍ରକାଶ ଥାଉକି,ଏହି କଲେଜ ପରିସରରେ ଥିବା ଶହ ଶହ ବଡବଡ ଗଛ ଗୁଡିକ ଫଣି ମହାବାତ୍ୟାରେ ଭାଙ୍ଗି ଶ୍ରେଣୀ ଗୃହ ଉପରେ ପଡି ଘର ଗୁଡିକ ଭାଙ୍ଗି ଯାଇଅଛି ।କଲେଜ ପରିସରରେ ଥିବା ଶହଶହ ଗଛ ଭାଙ୍ଗି ପଡିବା ଦ୍ୱାରା କଲେଜ ଭିତରକୁ ପ୍ରବେଶ ପଥ ବନ୍ଦ ହୋଇ ଯାଇଅଛି । ରଘୁନାଥପୁର ବ୍ଲକରେ ସମସ୍ତ ସ୍ଥାନରେ ସରକାରଙ୍କ ପକ୍ଷରୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଭାଙ୍ଗି ପଡିଥିବା ଗଛ ଗୁଡିକ ସବୁଠି କଟାଯାଇ ସଫା କରାଯାଇଥିଲେ ମଧ୍ୟ ବର୍ତୀ ଠାରେ ଥିବା ସରସ୍ୱତୀ ସଂଦସ୍କୃତ ମହିଳା ମହାବିଦ୍ୟାଳୟ ପରିସରରେ ଭାଙ୍ଗି ପଡିଥିବା ଗଛଗୁଡିକ କାଟାଯାଇ ସଫାକରାଯାଇ ନାହିଁ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କଲେଜ ପରିସରରେ ଭାଙ୍ଗି ପଡିଥିବା ଗଛଗୁଡିକ କାଟି ସଫାକରିବାକୁ କଲେଜର ଅଧ୍ୟକ୍ଷା କାଂଚନା ବାଳା ସିଂହ,ଅଧ୍ୟାପିକା ତରୁଲତା ଆଚାର୍ଯ୍ୟ ପ୍ରମୁଖ ଅନୁରୋଧ କରିଛନ୍ତି ।

error: Thank You Keep Visiting