ଖମାରରେ ଚନ୍ଦନ ଯାତ୍ରା

Straight to the Point

ଖମାର: ପାଲଲହଡା ଖମାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୭ମ ଚନ୍ଦନ ଯାତ୍ରା ଓ ଖମାର ଯୁବ ସଂଘର ୩୬ ତମ ବାର୍ଷିକ ଉତ୍ସବ ୨୦୧୯ ଆଡମ୍ବର ସହକାରେ ପାଳନ କରାଯାଇଛି । ୧୯୮୧ ମସିହାରେ ଖମାର ଜଗନ୍ନାଥ ମନ୍ଦିର ଆରମ୍ଭ କରାଯାଇଥିବା ବେଳେ ୨୦୧୩ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏହି ଚନ୍ଦନ ଯାତ୍ରା ଗତ ୧୧ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଗ୍ରାମବାସୀ, ଯୁବକ ସଂଘ, ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ଏହି ଯାତ୍ରା ପାଳନ କରାଯାଇଛି ।
ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଜଗସମାଗମ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ରଙ୍ଗ ବେରାଙ୍ଗର ଆଲୋକମାଳା, ମୀନା ବଜାର, ଦୋଳି, ବିଭିନ୍ନ ଦୋକାନ ଯାତ୍ରାର ଶୋଭା ବଢାଉଛି । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ମହେଶ ସାହୁ ଯୋଗଦେଇ ଚନ୍ଦନ ଯାତ୍ରାର ମାହାତ୍ମ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ମୁଖ୍ୟବକ୍ତା ତେଲକୋଇ କଲେଜ ଅଧ୍ୟକ୍ଷ ମାନଗୋବିନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଖମାର ଗ୍ରାମ ସଭାପତି ବିଜେଶ କୁମାର ରାଏ, ପୂର୍ବତନ ଗ୍ରାମ ସଭାପତି କୈଳାସ ଚନ୍ଦ୍ର ସାହୁ, ପରମାନନ୍ଦ ସାହୁ, ଚନ୍ଦନ ଯାତ୍ରା ମହୋତ୍ସବ କମିଟି ସଭାପତି ପ୍ରସନ୍ନ କୁମାର ସାହୁ, ଯୁବକ ସଂଘ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ଯାତ୍ରା ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଖମାରଠାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବାର୍ଷିକ ବିବରଣୀ ପାଠ କରିଥିଲେ ସନ୍ତୋଷ କୁମାର ବିଶ୍ୱାଳ । ପ୍ରସନ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ପୁଲିସ୍ ପକ୍ଷରୁ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

error: Thank You Keep Visiting