ଏନଜେ ଡବ୍ଲ୍ୟୁ ରୋଭରକ୍ରିଉ ଓ ସମାଜ ବିକାଶ ମିଶନ ସହାୟତାରେ ରିଲିଫ ବଣ୍ଟନ

Straight to the Point

ଜଗତସିଂହପୁର: ନିଲେଝଣ୍ଡା ୱୋଲେ ରୋଭର ଏବଂ ରେଞ୍ଜର ୟୁନିଟ୍ ସମାଜବିକାଶ ମିଶନ ଏବଂ ସାମାଜିକ ସଂସ୍ଥା ଗୁଂଜନ ସହାୟତାରେ ରିଲିଫ ବଣ୍ଟନ ଓ ବସ୍ତି ସଫେଇ କାର୍ଯ୍ୟ କରାଯାଇଛି । ସ୍ଥାନୀୟ ସୋମନାଥ ହାଟ ବସ୍ତିରେ ଅଞ୍ଚଳରେ ୫୫ଜଣ ବସ୍ତିବାସିନ୍ଦାଙ୍କୁ ,ଆଳିପିଙ୍ଗଳର ୧୫ଜଣ, ମଙ୍ଗଳପୁର ୧୪ଜଣ ଏବଂ ମଣ୍ଡାସାହିର ୧୫ଜଣ ବାତ୍ୟପ୍ରପିଡିତ ଲୋକଙ୍କୁ ରିଲିଫ ବଣ୍ଟନ ସହିତ ବାସସ୍ଥାନ ଏବଂ ପାରିପାଶ୍ୱର୍ିକ ଅଞ୍ଚଳକୁ ସଫେଇ କରାଯାଇଥିଲା । ରୋଭର ଲିଡର ବିଜୟ କୁମାର ରଥ, ରୋଭରମେଟ ଆଶୁତୋଷ ପଣ୍ଡା, ସ୍କାଉଟ ମାଷ୍ଟର ଅମୁଲ୍ୟ କୁମାର ମିଶ୍ର, ଅତିରିକ୍ତ ରୋଭର ଲିଡର ସରିତ ମହାପାତ୍ର, ଦୁଃଖିରାମ କଳା ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ କୁମାର ଗୋଚ୍ଛାୟତ ଏବଂ ଗାଇଡ୍ କ୍ୟାପଟେନ୍ ସସ୍ମିତା ଶତପଥିଙ୍କ ତତ୍ତ୍ୱାବଧାନରେ ବାତ୍ୟା ପ୍ରପୀଡିତ ଜନସାଧାରଣ ଙ୍କୁ ଶୁଖିଲାଖାଦ୍ୟ, ପଲିଥିନ୍, ଖେଳନା, ଚପଲ, ମହମବତୀ, ଦିଆସିଲି, ପୋଷାକ, ନାପକିନ ପ୍ରଭୁତିôତବା କିଟ୍ ପ୍ୟାକେଟକୁ ପ୍ରଦାନ କରାଯାଇଥିଲା । ଏହି ସଫେଇ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଜୟଦେବ ସ୍ୱାଇଁ, ସତ୍ୟବ୍ରତ ଜେନା, ରାକେଶ କୁମାର ସାହୁ ଲକ୍ଷ୍ମୀଧର ଲେଙ୍କା, ମଧୁସ୍ମିତା ବେହେରା, ପ୍ରଜ୍ଞାପରମିତା ସେଠୀ, ସୀମା ଦାଶ, ଅବିସ୍ମରା ମିଶ୍ର, ଆଶାଲତା ବେହେରା, ଦିପ୍ଶୀଖା ମିଶ୍ର, ଶୁଭଲକ୍ଷ୍ମୀ ସିଂ ପ୍ରଭୁତି ରେଞ୍ଜର ସହାୟତା କରିଥିଲେ ।

error: Thank You Keep Visiting