ଜଗତସିଂହପୁର ପୌରପରିଷଦ ୧୧ନଂ ୱାର୍ଡରେ ମିଳିନି ଝଡବାତ୍ୟାର ସହାୟତା, ତହସିଲଦାରଙ୍କୁ ଦାବିପତ୍ର

Straight to the Point

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ଅଧିନସ୍ଥ ୧୧ନଂୱାର୍ଡ କଣ୍ଟାବଲ୍ଲଭପୁର ଗ୍ରାମରେ ଫନି ଝଡବାତ୍ୟାରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ôଚ ପାରିନାହିଁ ସରକାରୀ ସହାୟତା । ଏହାର ପ୍ରତିବାଦରେ ୧୧ନଂୱାର୍ଡ କଣ୍ଟାବଲ୍ଲଭପୁର ଗ୍ରାମର ରବିନାରାୟଣ ତ୍ରିପାଠୀ, ଲୋକନାଥ ଭୋଇ, ପ୍ରସନ୍ନ ସାମନ୍ତ ରାୟ, ନିରଞ୍ଜନ ମହାପାତ୍ର, ଦେବପ୍ରସାଦ ମହାପାତ୍ର, ଭରତ ସେଠୀ, ସିଦ୍ଧାର୍ଥ ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ଫନି ଝଡବାତ୍ୟା ପ୍ରପିଡିତ ଜନସାଧାରଣ ଏକତ୍ରୀତ ହୋଇ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନକରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ କରିଛନ୍ତିକି ଫନି ଝଡବାତ୍ୟାରେ କଣ୍ଟାବଲ୍ଲଭପୁର ଗ୍ରାମର ଅନେକ ପରିବାରର ଗୃହ ଭାଙ୍ଗିବାସହିତ ଅନେକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଆଜକୁ ୧୪ଦିନ ବିତି ଯାଇଛି କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ପଲିଥିନ୍ ଓ ଗୃହମରାମତି ନିମନ୍ତେ ସରକାରୀ ସହାୟତା ମିଳିନଥିବାରୁ ଝଡବାତ୍ୟା ପ୍ରପିଡିତ ମାନେ ଦୁଃଖଦୁର୍ଦ୍ଦଶା ମଧ୍ୟରେ କାଳତିପାତ କରୁଛନ୍ତି । ଏହି ଗ୍ରାମଟି ଯଁକୋଟି ଆର.ଆଇ ସର୍କଲ ଅଧିନରେ ଥିଲେ ମଧ୍ୟ ଆର.ଆଇଙ୍କ ନିକଟକୁ ୱାର୍ଡବାସୀ ଦୌଡି ଦୌଡି ନୟାନ୍ତହେଲେଣି । ଲୋକମାନେ ଦିନରେ ଅସହ୍ୟ ଗରମ ଏବଂ ରାତ୍ରରେ ସର୍ପଭୟ ଓ ଅନ୍ୟଜନ୍ତୁ ମାନଙ୍କ ଭୟରେ ରାତ୍ରୀଉଜାଗର ରହି ଦିନ କାଟୁଛନ୍ତି । ତେଣୁ ଯଁକୋଟି ଆର.ଆଇ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତାଙ୍କର ଟାଳଟୁଳ ନିତୀ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରିବାସହିତ କ୍ଷତିଗ୍ରସ୍ଥ ମାନଙ୍କ ପାଇଁ ଉପହାସ ପାଲଟିଛି । ତେଣୁ ବାତ୍ୟାକ୍ଷତିଗ୍ରସ୍ଥ ମାନଙ୍କ ପ୍ରକୃତ ତାଲିକା ପସ୍ତୁତ କରାଯାଇ ସରକାରୀ ନିୟମ ଅନୁଯାଇ ରିଲିଫ ବଣ୍ଟନ ନିମନ୍ତେ ଦାବିପତ୍ର ପଦାନ କରିଛନ୍ତି ।

error: Thank You Keep Visiting