ରଜରାଣୀ ଆମ ଓଡ଼ିଆଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Straight to the Point

ଯାଜପୁର: ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ରଜ ରାଣୀ ଆମ ଓଡ଼ିଆଣୀ ଅଡ଼ିସନ୍ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆଶୁତୋଷ ମିଶ୍ରଙ୍କ ସଭାପତିତ୍ୱରେ ଯାଜପୁର ପୂର୍ବତନ ସାଂସଦ ଅଂଚଳ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଘାଟକ ଭାବେ ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ତଥା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ହରିହର ସ୍ୱାଇଁ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ନିତ୍ୟାନନ୍ଦ ସ୍ୱାଇଁ, ଶିକ୍ଷାବିତ୍ କାମେଶ୍ୱର ପଣ୍ଡା, ସୌମ୍ୟା ପ୍ରିୟଦର୍ଶନୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତା ତଥା ନାଚ, ଗୀତ, ଅଭିନୟ ପ୍ରତିଯୋଗିତାରେ ୨୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଳମଣୀ ସାହୁ, ଜଗବନ୍ଧୁ ସାହୁ, ଅଚ୍ୟୁତା ନନ୍ଦ ସ୍ୱାଇଁ, ମନୋରଞ୍ଜନ ଦାସ, ନିତ୍ୟାନନ୍ଦ ସ୍ୱାଇଁ, ଅବଲୋକନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ୧୬ ତାରିଖ ଠାରୁ ଏମ୍.ବି.ସି ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

error: Thank You Keep Visiting