ବିଦ୍ୟୁତ ଯୋଗାଣ ଦାବିରେ ହଜାର ହଜାର ଲୋକଙ୍କ ଦ୍ୱାରା କଟକ-ପାରାଦ୍ୱୀପ ରାସ୍ତାରେ ୫ଘଣ୍ଟା ରାସ୍ତାରୋକ,କନିଷ୍ଠ ଯନ୍ତ୍ରୀ ଏସଡିଓ ଅଟକ

Straight to the Point

ଜଗତସିଂହପୁର: ଫନି ମହାବାତ୍ୟା ଯିବାର ୧୨ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରଘୁନାଥପୁର ବ୍ଲକ ଅଂଚଳରେ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ହଜାର ହଜାର ଲୋକ ବିଜୁଳି ବିନା ଅସହ୍ୟ ଯନ୍ତ୍ରଣା ସହି ନପାରି ଆଜି କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଠାରେ ୫ଘଂଟା ଧରି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ପ୍ରକାଶ ଥାଉକି, ଗତ ୩ତାରିଖ ଫଣି ମହାବାତ୍ୟା ହେବା ପୂର୍ବ ଦିନ ଅର୍ଥାତ ୨ତାରିଖ ସଂଧ୍ୟାରୁ ରଘୁନାଥପୁର ବ୍ଲକକୁ ବିଜୁଳି ସଂଯୋଗ ବିଛିନ୍ନ ହୋଇଅଛି । ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ବ୍ଲକର ବିଭିନ୍ନ ଅଂଚଳକୁ ବିଦ୍ୟୁତ ସଂଯୋଗ ଆଜକୁ ୭ଦିନ ହେଲା ଦିଆ ହୋଇଅଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ,ଗରଦପୁର, ତେଣ୍ଡ।।କୋଡା ଆଦି ଅଂଚଳ ବିଦ୍ୟୁତ ସଂଯୋଗ ୫ଦିନ ହେଲା ଦିଆଯାଇଅଛି ।ସେହିପରି କଟକ ଜିଲ୍ଲା ଅଧିନରେ ଥିବା ମହାନଦୀ ଦ୍ୱୀପାଂଚଳର ବାବୁଜଙ୍ଗ, ଉତରକୂଳ, ମଣିଜଙ୍ଗ, ମହମ୍ମଦପୁର ଅଂଚଳକୁ ବିଦ୍ୟୁତ ସଂଯୋଗ ୬ଦିନ ହେଲା ଦିଆଯାଇଅଛି ।ରଘୁନାଥପୁର ବ୍ଲକର ରେଢୁଆ, ପୁରୁଣା ବସନ୍ତ, ତଅଁରା ,ଶାଳିଜଙ୍ଗା, ଅଢେଇକୂଳ , ସାଦେଇପୁର,ରାଢଙ୍ଗ ଆଦି ପଂଚାୟତକୁ ଜଗତସିଂହପୁରରୁ ବିଦ୍ୟୁତ ସଂଯୋଗ ୫ଦିନ ହେଲା ଦିଆଯାଇଅଛି ।ମାତ୍ର ରଘୁନାଥପୁର ଏନଜେନ ଏସଡଓ ଏବଂ ରଘୁନାଥପୁର ସେସୁ ଏସଡିଓ ଅଧିନରେ ଥିବା ତାରପୁର ଗ୍ରା.ପ. ,ଚିକିଣିଆ ଗ୍ରା.ପ., ଗୁଆଳିପୁର ଗ୍ରା.ପ. , ପୁରଣ ଓଡପଡା ଗ୍ରା.ପ, ଧରାଧରପୁର ଗ୍ରା.ପ. ,ଜଗନ୍ନାଥପୁର ଗ୍ରା.ପ. ,ରଘୁନାଥପୁର ଗ୍ରା.ପ କୁ ଫଣି ମହାବାତ୍ୟା ଯିବାର ୧୨ଦିନ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇନାହିିଁ ।ଫଳରେ ପ୍ରବଳ ରୌଦ୍ରତାପରେ ଲୋକମାନେ ବିଦ୍ୟୁତ ବିନା ତ୍ରାହି ତ୍ରାହି ଡାକୁଛନ୍ତି । ମହାବାତ୍ୟାରେ ଭାଙ୍ଗିପଡିଥିବା ବିଦ୍ୟୁତଖୁଂଟ ,ଛିଣ୍ଡି ଯାଇଥିବା ବିଦ୍ୟୁତ ତାର ଉପରୋକ୍ତ ପଂଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ସେହିଭଳି ପଡିିରହିଛି ।ଲୋକମାନେ ବିଜୁଳି ସଂଯୋଗ ଦିଆନଯିବାରୁ ୧୨ଦୁନ ହେଲା ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ତୁରନ୍ତ ବିଦ୍ୟୁତ ଯୋଗାଇ ଦେବା ଦାବି କରି ଆଜି ସକାଳ ୬ଟା ୩୦ମିନିଟ ସମୟରୁ ରଘୁନାଥପୁର ବ୍ଲକର କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଛକଠାରେ ହଜାର ହଜାର ଲୋକ ରାସ୍ତାରୋକ ଆନ୍ଦୋଳନ କରିଥିଲେ ।ଏହି ଆନ୍ଦୋଳନ ଚାଲିବାର ୩ଘଂଟା ପରେ ରଘୁନାଥପୁର ସେସୁ ଏସଡିଓ ବିଶ୍ୱରଂଜନ ଦେହୁରୀ ,କନିଷ୍ଠ ଯନ୍ତ୍ରୀ ଭବାନୀ ପ୍ରସାଦ ମହାନ୍ତି ଘଟଣା ସ୍ଥଳରେ ପହଂଚିବା ପରେ ଲୋକମାନେ ତାଙ୍କୁ ଅଟକ ରଖି ଏନଜେନ ଏସଡିଓଙ୍କୁ ଡକାଇବାକୁ ଦାବି କରିଥିଲେ ।ସେସୁ ଏସଡିଓ ରଘୁନାଥପୁର ଏନଜେନ ଏସଡିଓଙ୍କୁ ଟେଲିଫୋନ କରି ଡକାଇଥିଲେ ।ରଘୁନାଥପୁର ଏନଜେନ ଏସଡିଓ ସୁନୀଲ କୁମାର ସାହୁ ୫ଘଂଟା ପରେ ଆନ୍ଦୋଳନ ସ୍ତରରେ ପହଂଚ ଆନ୍ଦୋଳନ କାରୀମାନଙ୍କ ସହିତ ଆଲୋଚନା କରି ଆସନ୍ତାକାଲି ୧୫ତାରିଖ ଠାରୁ ତାରପୁର ଠାରୁ ଏଲଟି ଲାଇନ ମରାମତି କାର୍ଯ୍ୟ ୬ଗୋଟି ଗ୍ରୁପକୁ ନେଇ ଆରମ୍ଭ କରିବେ ଏବଂ ୧୧କେବି ଲାଇନ ୪ଦିନ ମଧ୍ୟରେ ତାରପୁରକୁ ସଂଯୋଗ ଦିଆଯିବ ବୋଲି ସେସୁ ଏସଡିଓ ବିଶ୍ୱରଂଜନ ଦେହୁରୀ ଲିଖିତ ଭାବେ ପ୍ରତିଶୃତି ଦେଇଥିଲେ । ୨ ଏସଡିଓଙ୍କ ଲିଖିତ ପ୍ରତିଶୃତି ପାଇବାପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଉତ୍ୟକ୍ତ ଲୋକମାନଙ୍କ କବଳରୁ ସେସୁ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ତିର୍ତୋଲ ଏସଡିପିଓ ଦିପକ ରଂଜନ ଜେନା ଆଣି ଆନ୍ଦୋଳନ କାରିଙ୍କ ସହିତ ଆଲୋଚନା ମାଧ୍ୟମରେ ଆପୋଷ ସମାଧାନ ଶ୍ରୀ ଜେନା କରାଇଥିଲେ । ଏ ଆନ୍ଦୋଳନରେ ତାରପୁର ସରପଂଚ ସରୋଜ କୁମାର ଦାସ, ପୂର୍ବତନ ସମିତିସଭ୍ୟ ଇନ୍ଦୁଭୂଷଣ ଲେଙ୍କା, ପୂର୍ବତନ ସମିତିସଭ୍ୟ ଅର୍ନ୍ତଯାମୀ ରାଉତ ,ସମାଜସେବୀ ସନ୍ତୋଷ ଦାସ,ପୂର୍ବତନ ସରପଂଚ ପୁରୁଷୋତମ ଦାସ, ଇଂ ବାବାଜୀ ଜେନା, ସମାଜସେବୀ ତଥା ପୁର୍ବତନ ସରପଂଚ ଦେବୀପ୍ରସାଦ ମହାରଣା,ଅଶୋକ କୁମାର ଜେନା ,ବିନୟ କୁମାର ବିଶ୍ୱାଳ, ବିଜୟ କୁମାର ଦାସ, ପବିତ୍ର ନାୟକ, ମଧୁସୂଦନ ସାହୁ ,କୃଷ୍ଣପ୍ରସାଦ ମିଶ୍ର, ଗୋବିନ୍ଦ ମହାନ୍ତି, ନିହାର ରଂଜନ ରାଉତ, ଶାରଦାପ୍ରସାଦ ସାହୁ ,ସୌମଜିତ ମହାପାତ୍ର ,ଆଶୀର୍ବାଦ ରାଉତ, ତ୍ରିଲୋଚନ ବିଶ୍ୱାଳ, ଜଗନ୍ନାଥ ବାରିକ ,ମିହିରି ସେଠୀ, ବିଶ୍ୱରଂଜନ ସାହୁ ,ବିଚିତ୍ରା ଦାସ, ଆକାଶ ମଲ୍ଲିକ, ମନୋଜ ବାରିକ, ସୂର୍ଯ୍ୟକାନ୍ତ ବେହେରା, ରାଜେଶ ବାରିକ, ଚନ୍ଦନ ଦଳେଇ, ରାଜକିଶୋର ଦାଶ, ସୁମନ୍ତ ଗ୍ରହରାଜ ,ଅନିଲ ରାଉତ, ସତ୍ୟରଂଜନ ପାଲ, ଅଚ୍ୟୁତାନନ୍ଦ ପରିଡା ,ଗଣେଶ୍ୱର ସେଠୀ, ପ୍ରଶାନ୍ତ ସାହୁ, ସୁକଦେବ ନାୟକ, ଦିପକ ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ ,ଜଗବନ୍ଧୁ ବାରିକ, ବଟକୃଷ୍ଣ ନୟକ, ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ଜନସାଧାରଣ ଏହି ରାସ୍ତାରୋକ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେହିପରି ପ୍ରହରାଜପୁର , ଥୋରିଆପଡା ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବି କରି ଆଜି ୫୦ରୁ ଉଦ୍ଧ୍ୱର୍ ଉପଭୋକ୍ତା ମାନେ ଆସି ରଘୁନାଥପୁର ସେସୁ କାର୍ଯ୍ୟାଳାୟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ଖବରପାଇ ଆନ୍ଦୋଳନ ସ୍ତଳରୁ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀ ଅଫିସରେ ପହଂଚି ସେମାନଙ୍କ ସହିତ ଆଲୋଚନା କରି ଖୁବଶୀଘ୍ର ପ୍ରହରାଜପୁର ଓ ଥୋରିଆପଡା ଗ୍ରାମକୁ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ପ୍ରତିଶଋତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଥିଲେ ।ଏହି ଆନ୍ଦୋଳନରେ ଫିରଦୋଶ ହୋସେନ ,କମରୁଲ ହୋସେନ, ପ୍ରମୋଦ କୁମାର ସାହୁ , ରଜାକ ଅଲ୍ଲୀ ଖାଁ ,ସମୀର କୁମାର ସେନାପତି, ଜାହାଙ୍ଗୀର ଖାଁ ,ଏସକେ ଅଜଗର ,କାଲୁ ଖାଁ ,ଉମତାଜ ହୋସେନ ,ଜାଭିଦ ଖାଁ ,ଅନସାର ଅଲ୍ଲୀ ,ବିଶ୍ୱଜିତ ସାହୁ, ବିଶ୍ୱରଂଜନ ସାହୁ , ରିଆସଫ ଅଲ୍ଲୀ ,ଆଲ୍ଲାଉଦ୍ଦିନ ଖାଁ, ଦିଲ ନବାଜ ଖାଁ ,ବଂଟିି ସାହୁ ,ଏମଡି ଫରିଦ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।

error: Thank You Keep Visiting