ଅଗ୍ନିଶମ ବାହିନୀ ପକ୍ଷରୁ ଗଛ ଡ଼ାଳରେ ଫସିଥିବା ବୃଦ୍ଧାଙ୍କୁ ଉଦ୍ଧାର

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଓଳଗଦା ଗ୍ରାମର ଗୁମାନି ମଲ୍ଲିକ(୬୨) ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏକ ଚାଖୁଣ୍ଡା ଡ଼ାଳକୁ କାଟିବାକୁ ଯାଇ ଗଛ ଉପର ଡ଼ାଳ ମଝିରେ ଚାପିହୋଇ ରହିଯାଇଥିଲେ । ଗ୍ରାମବାସୀଙ୍କ ସତଚେଷ୍ଟାପରେ ବୃଦ୍ଧାଙ୍କୁ ଉଦ୍ଧାରା କରାଯାଇ ପାରିନଥିଲା । ପରେ ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀର ଅଧିକାରୀ କାର୍ତ୍ତିକ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ କରିଥିଲେ । ଫଳରେ ବୃଦ୍ଧଜଣଙ୍କ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ।

error: Thank You Keep Visiting