ଫନି କ୍ଷତିଗ୍ରସ୍ତ ମୁଗ ଚାଷୀଙ୍କୁ କେବେ ମିଳିବ କ୍ଷତିପୁରଣ : ଚାଷୀ ପାଇପାରିଲାନାହିଁ ମୁଗ ବିହନ

Straight to the Point

ତିର୍ତ୍ତୋଲ: ବାତ୍ୟା ଫନି ରେ ତିର୍ତ୍ତୋଲ ଅଞ୍ଚଳରେ ଚାଷ, ଗୃହପାଳିତ ପଶୁ ସହିତ ବିଭିନ୍ନ ପ୍ରକାରର ଚାଷ ଉପରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବାତ୍ୟାର ୧୧ ଦିନ ପରେ ବିଭାଗୀୟ ଅଧିକାରୀମାନେ କ୍ଷୟକ୍ଷତି ଘଟିଥିବା ଅଞ୍ଚଳରେ ପହଞ୍ଚିପାରିନଥିବା କୁ ନେଇ ଜନଅସନ୍ତୋଷ ବୃଦ୍ଦି ପାଉଛି । ବାତ୍ୟା ପୂର୍ବରୁ କେତେକ ଚାଷୀ ତରବରିଆଭାବେ ବିଲରୁ ମୁଗ ଉପାଡ଼ି ଆଣି ଘରେ ରଖିଥିବାବେଳେ ଅଧିକାଂଶ ଚାଷୀଙ୍କର ମୁଗ ବିଲରେ ହିଂ ପଡ଼ିରହି ବାତ୍ୟା ମାଡ଼ ଖାଇଥିଲା । ଯେଉଁ ଚାଷୀମାନେ ମୁଗ ଘରକୁ ଆଣିଥିଲେ ଅମଳ କରିନପାରି ଘରେ ରଖିଥିବାବେଳେ ସେଗୁଡ଼ିକ ଗଜା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅନୁରୂପଭାବେ ବିଲରେ ପଡ଼ିରହିଥିବା ମୁଗ ଚାଷରୁ ଚାଷୀ ବିହନ ପାଇପାରିଲା ନାହିଁ । ବାତ୍ୟା ୧୧ ଦିନ ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ତଦନ୍ତରେ ବିଳମ୍ବ କରି ଚାଷୀଙ୍କୁ ହରଡ଼ଘଣାରେ ପକାଇବାକୁ ଅପଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତର ଲଙ୍କାପଡ଼ା, ଗଇଠିପୁର, ମତ୍ତଗଜପୁ. ନବିନାବାଗ, ଭଁସର, ମିର୍ଜାପୁର, ସରଳପୁର, ଶଙ୍ଖେଶ୍ୱର, ନାରିଜଙ୍ଗ, କନିମୂଳ ସମେତ ୨୯ଟି ପଞ୍ଚାୟତରେ ମୁଗ ଚାଷରେ ବାତ୍ୟା ଯୋଗୁଁ ବ୍ୟାପକ କ୍ଷତି ଘଟିଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସରକାରଙ୍କ ନିୟମ ମୁତାବକ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଚାଷଜମି ଗୁଡ଼ିକ ତଦନ୍ତ କରି ଚାଷୀମାନଙ୍କୁ କ୍ଷତିପୁରଣ ଦେବାପାଇଁ କୃଷକ ସଂଗଠନ, ବୁଦ୍ଧିଜିବୀଙ୍କ ମହଲରେ ଦାବୀ ହେଉଛି ।

error: Thank You Keep Visiting