ଫନି ବାତ୍ୟାରେ ରିଲିଫ ପ୍ରଦାନ ଅନିୟମିତତା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ତିର୍ତ୍ତୋଲ ବିଜେପି

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବିଜେପି ପକ୍ଷରୁ ଆଜି ଏକ ଗଣମାଧ୍ୟମ ସମ୍ମିଳନି ଡ଼କାଯାଇଥିଲା । ଏଥିରେ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ସରକାର ରିଲିଫ କୋଡ଼କୁ ଅନୁସରଣ କରୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସରକାରଙ୍କ ଉଦ୍ଦେଶ୍ୱରେ ଜଗତସିଂହପୁର ଜିଲ୍ଲାପାଳଙ୍କ ମାଧ୍ୟମରେ କେତୋଟି ପ୍ରଶ୍ନ ମଧ୍ୟ ରଖିଥିଲେ । ଫନି ବାତ୍ୟାରେ ରେସନ କାର୍ଡ଼ ଧାରୀ ବ୍ୟକ୍ତିଙ୍କୁ ସରକାରୀ ରିଲିଫ ସାହାୟତା ମିଳୁଥିବାବେଳେ ସାଧାରଣ ଜନତାଙ୍କୁ ବଞ୍ଚିତ କରାଯାଉଛି କାହିଁକି? ଅନ୍ୟ ଜିଲ୍ଲାରେ ରେସନ କାର୍ଡ଼ ପିଛା ୨୫୦୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଜଗତସିଂହପୁର ଜିଲ୍ଲା ବ୍ୟତିକ୍ରମ କାହିଁକି? ବାତ୍ୟା ଧନି ଗରିବ ସମସ୍ତଙ୍କ ପାଇଁ ଆସିଥିବାବେଳେ ବିଦ୍ୟୁତ ସେବା ବିଛନ୍ନ ହେବାବେଳେ ସମସ୍ତଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଭାବେ କିରୋସିନି ଦିଆଗଲାନାହିଁ କାହିଁକି? ବାତ୍ୟାର ୧୨ ଦିନ ପରେ ପ୍ରଶାସନ ପକ୍ଷରୁ ପଲଥିନି ଖଣ୍ଡେ ଯୋଗାଇ ଦିଆଯାଇ ନାହିଁ କାହିଁକି? ମୁଗ, ପନିପରିବା, କୁକୁଡ଼ା ଫାରମ, ପାନ ବରଜ, ଛତୁଚାଷର ବ୍ୟାପକ କ୍ଷୟକ୍ଷତି ଘଟଇଥିବାବେଳେ ଅଦ୍ୟାବଧି ତଦନ୍ତ କରାଯାଇନାହିଁ କାହିଁକି? ତଦନ୍ତ ପ୍ରକ୍ରିୟାରେ ସିଥିଳତା ଓ ନିରପକ୍ଷତା ପ୍ରଭୃତିକୁ ନେଇ ଏହି ଗଣମାଧ୍ୟମ ସମ୍ମିଳନିରେ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ପ୍ରଶ୍ନ ଉଠାଇବା ସହିତ ବିଜେପି ପକ୍ଷରୁ ଏସବୁ ପ୍ରଶ୍ନର ସମାଧାନ ଓ ଯଥାର୍ଥ ଉତ୍ତର ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ମଣ୍ଡଳ ସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ବରିଷ୍ଟ ସଦସ୍ୟ ତଥା ଆଇନିଜିବୀ ଆହ୍ଲାଦ କୁମାର ପରିଜା, ହରି ଶଙ୍କର ମହାନ୍ତି, ରଶ୍ମି ରଞ୍ଜନ ମଲ୍ଲିକ, ସଂଗ୍ରାମ ଦାସ, ବସନ୍ତ କୁମାର ବେହେରା, ରଶ୍ମି ରଞ୍ଜନ ବେହେରା, ଶିବପ୍ରସାଦ ମହାନ୍ତି, ଚିତ୍ତ ରଞ୍ଜନ ସାହୁ, ସାଗର ଦାସ, ସୁଦିପ୍ତ ନାଥ, ଅଜୟ ଦାସ, ସରୋଜ ଦାସ, ରାକେଶ ଦାସ, ନରେନ୍ଦ୍ର ସାହୁ, ପ୍ରଶନ୍ନ କୁମାର ବେହେରା, ତାପସ କୁମାର ମଲ୍ଲିକ, ସମିର ମଲ୍ଲିକ, ପ୍ରଦିପ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting